Daily Express
ବେଜଂ: ଚୀନ୍ ତାଇୱାନ୍କୁ ଯୁଦ୍ଧ ଧମକ ଦେଇ ଅଚାନକ ଉତ୍ତେଜନା ବଢ଼ାଇ ଦେଇଛି। ଯଦି ତାଇୱାନ ଏକତ୍ରୀକରଣ ପାଇଁ ପ୍ରସ୍ତୁତ ନହେବ ତା'ହେଲେ ଆକ୍ରମଣ କରାଯିବ ବୋଲି ଚୀନ୍ର କେନ୍ଦ୍ରୀୟ ସାମରିକ କମିସନ୍ର ବରିଷ୍ଠ ଜେନେରାଲ ଲି ହୁହାଚେଙ୍ଗ୍ କହିଛନ୍ତି। ତାଇୱାନ ଯଦି ଶାନ୍ତିର ସହ ଚୀନ୍ର ପ୍ରସ୍ତାବକୁ ଗ୍ରହଣ ନ କରିବା ତା'ହେଲେ ଚୀନ୍ ସେନା ସମଗ୍ର ତାଇୱାନକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ତାଇୱାନକୁ କୌଣସି ସ୍ଥିତିରେ ବି ନିୟନ୍ତ୍ରଣକୁ ଆଣିବା ପାଇଁ ଆମ ପାଖରେ ବିକଳ୍ପ ବ୍ୟବସ୍ଥା ରହିଛି ଏବଂ ଚୀନ୍ର ବିଦ୍ରୋହ ଦମନ ଆଇନରେ ଏ ବାବଦ ପ୍ରାବଧାନ ରହିଛି ବୋଲି ସେ କହିଛନ୍ତି। ତାଇୱାନ କ୍ଷେତ୍ରରେ ଚୀନ୍ ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ ବୋଲି ମଧ୍ୟ ପୂର୍ବରୁ ଚେତାଇ ଦେଇଛି।
Follow Us