Image Source: Zee News
ଇସ୍ଲାମାବାଦ୍: ପାକିସ୍ତାନରେ କରୋନାଭାଇରସ୍ ଟିକାର ଡାକ୍ତରୀ ପରୀକ୍ଷା କରିବାକୁ ଚୀନ୍ର ଏକ ଔଷଧ କମ୍ପାନି ଇଚ୍ଛା ପ୍ରକାଶ କରିଛି। ନିକଟରେ ବିକଶିତ ହୋଇଥିବା ଏହି ଟିକାକୁ ପାକିସ୍ତାନୀ ନାଗରିକଙ୍କ ଦେହରେ ପ୍ରୟୋଗ କରିବାରେ ସହଯୋଗ କରିବାକୁ ଉକ୍ତ ଔଷଧ କମ୍ପାନି ପାକିସ୍ତାନର ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ୍’କୁ ଆମନ୍ତ୍ରଣ କରିଛି।
ଚୀନ୍ର ଔଷଧ କମ୍ପାନି ସିନୋଫାର୍ମ ଇଣ୍ଟର୍ନ୍ୟାସ୍ନାଲ୍ କର୍ପୋରେସନ୍’ର ଜେନେରାଲ୍ ମ୍ୟାନେଜର୍ ଲି କାନ୍ ପାକିସ୍ତାନର ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ୍’ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ମେଜର୍ ଜେନେରାଲ୍ ଆମେର୍ ଇକ୍ରମ୍ଙ୍କୁ ଏଥିପାଇଁ ଏକ ପତ୍ର ଲେଖିଛନ୍ତି।
Image Source: Dawnକରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କୁ ସୁସ୍ଥ କରି ପାରୁଛି କି, ନାହିଁ, ଜାଣିବାକୁ ସମ୍ପୃକ୍ତ ଔଷଧ କମ୍ପାନି ମାନବ ଶରୀରରେ ଏହି ଟିକା ପ୍ରୟୋଗ କରିବାକୁ ଚାହୁଁଛି। ଏହାଛଡ଼ା ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହେଉଛି କି, ନାହିଁ ତାହା ମଧ୍ୟ ଏହି ପରୀକ୍ଷାରୁ ଜଣାପଡ଼ିବ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ତିନି ମାସ ମଧ୍ୟରେ ଏହି ଟିକାର ପରୀକ୍ଷାମୂଳକ ପ୍ରୟୋଗ ଆରମ୍ଭ ହେବ। ଏହି ଟିକା ପରୀକ୍ଷା ସଫଳ ହେବ ବୋଲି ପାକିସ୍ତାନର ଭରସା ରହିଛି। ଯଦି ପରୀକ୍ଷା ସଫଳ ହୁଏ, ତେବେ ପାକିସ୍ତାନ ପ୍ରଥମେ ଚୀନ୍ରୁ ଏହି ଟିକା ସଂଗ୍ରହ କରିବ।
Follow Us