Image Courtesy of Money Control
ବେଜିଙ୍ଗ୍: ଚୀନ୍ ୪୦୦ ଆଣବିକ ‘ୱାର୍ହେଡ୍’ (ବିସ୍ଫୋରକ ଭରା କ୍ଷେପଣାସ୍ତ୍ରର ଅଗ୍ରଭାଗ) ପ୍ରସ୍ତୁତ କରିସାରିଛି ଏବଂ ଆଗାମୀ ଦଶନ୍ଧିର ମଧ୍ୟଭାଗ ସୁଦ୍ଧା ଏହି ଆଗ୍ନେୟାସ୍ତ୍ରର ସଂଖ୍ୟା ୧୫୦୦କୁ ବୃଦ୍ଧି କରିବ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ରିପୋର୍ଟରେ ‘ପେଣ୍ଟାଗନ୍’ ଉଲ୍ଲେଖ କରିଛି।
ବିଶ୍ବ ବିଖ୍ୟାତ ‘ସୁପର୍ ପାୱାର୍’ ଆମେରିକାକୁ ଚାଲେଞ୍ଜ୍ କରିବା ଲାଗି ୨୦୩୫ ସୁଦ୍ଧା ତା’ର ଆଣବିକ ‘ୱାର୍ହେଡ୍’ ସଂଖ୍ୟା ୩ଗୁଣରୁ ଅଧିକ ବୃଦ୍ଧି କରିବା ଲାଗି ଦ୍ରୁତ ଆୟୋଜନ ଚଳାଇଛି ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଛି।
Image Courtesy of Businessliveଚୀନା ସେନାର ସବିଶେଷ ବିବରଣୀ ଉଲ୍ଲେଖ କରି ଆମେରିକାର ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ୍’ ବାର୍ଷିକ ରିପୋର୍ଟରେ କହିଛି, ୨୦୨୩ ସୁଦ୍ଧା ଜାତୀୟ ପ୍ରତିରକ୍ଷା ଏବଂ ସଶସ୍ତ୍ର ସେନାର ଆଧୁନିକୀକରଣ କରିବା ପାଇଁ ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ଯୋଜନା କରୁଛି।
ଚୀନା ସେନା ଉପରେ ‘ପେଣ୍ଟାଗନ୍’ର ବାର୍ଷିକ ରିପୋର୍ଟ ଉନ୍ମୋଚନ ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣେ ଉଚ୍ଚପଦସ୍ଥ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଗୁପ୍ତରେ ସେମାନେ ଦ୍ରୁତ ବେଗରେ କାମ କରୁଛନ୍ତି।
‘ପେଣ୍ଟାଗନ୍’ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଚୀନ୍ ମହାକାଶ ଯୁଦ୍ଧ ଓ ମହାକାଶ ଯୁଦ୍ଧ ମୁକାବିଲା ନିମନ୍ତେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତି କରୁଛି। ବିଶ୍ବର ବୃହତ୍ତମ ଚୀନ୍ ସେନାରେ ୧ ନିୟୁତ ସୈନିକ ଅଛନ୍ତି। ଯୁଦ୍ଧପୋତ ସଂଖ୍ୟରେ ବି ଚୀନ୍ର ନୌସେନା ବିଶ୍ବରେ ସବୁଠୁ ବଡ଼। ଚୀନ୍ ବାୟୁସେନା ମଧ୍ୟ ବିଶ୍ବର ତୃତୀୟ ବୃହତ୍ ବାୟୁସେନା।
Follow Us