ନିଜ ପ୍ରତିରକ୍ଷା ବଜେଟ ଆହୁରି ବଢାଇବ ଚୀନ

Advertisment

ଶାନ୍ତି ଓ ସାର୍ବଭୌମତ୍ୱକୁ କେବଳ ଶକ୍ତି ବଳରେ ରକ୍ଷା କରାଯାଇପାରିବ ବୋଲି କହି ଚୀନ୍ ନିଜର ପ୍ରତିରକ୍ଷା ବଜେଟ୍ ବଢ଼ାଇବ ବୋଲି ମଙ୍ଗଳବାର ସଙ୍କେତ ଦେଇଛି। ବୁଧବାର ଉପସ୍ଥାପିତ ହେବାକୁ ଥିବା ମୁଖ୍ୟ ବଜେଟର ଏକ ଅଂଶ ଭାବରେ ଚୀନ୍ ଏହାର ପ୍ରତିରକ୍ଷା ଖର୍ଚ୍ଚର ବିବରଣୀ ଉପସ୍ଥାପନ କରିବ।

Updated On

ଶାନ୍ତି ଓ ସାର୍ବଭୌମତ୍ୱକୁ କେବଳ ଶକ୍ତି ବଳରେ ରକ୍ଷା କରାଯାଇପାରିବ ବୋଲି କହି ଚୀନ୍ ନିଜର ପ୍ରତିରକ୍ଷା ବଜେଟ୍ ବଢ଼ାଇବ ବୋଲି ମଙ୍ଗଳବାର ସଙ୍କେତ ଦେଇଛି। ବୁଧବାର ଉପସ୍ଥାପିତ ହେବାକୁ ଥିବା ମୁଖ୍ୟ ବଜେଟର ଏକ ଅଂଶ ଭାବରେ ଚୀନ୍ ଏହାର ପ୍ରତିରକ୍ଷା ଖର୍ଚ୍ଚର ବିବରଣୀ ଉପସ୍ଥାପନ କରିବ।

ଅଦ୍ୟତନ ହୋଇଛି
ଚୀନ

ବେଜିଂ: ଚୀନ୍ ନିଜର ଶକ୍ତି ବଳରେ ଆମେରିକାକୁ କ୍ରମାଗତ ଭାବେ ଚ୍ୟାଲେଞ୍ଜ କରୁଛି। ମହାଶକ୍ତି ରେ ପରିଣତ ହେବା ପାଇଁ ଏହା ନିଜର ରଣନୈତିକ ଶକ୍ତି ବଢ଼ାଉଛି । ଶାନ୍ତି ଓ ସାର୍ବଭୌମତ୍ୱକୁ କେବଳ ଶକ୍ତି ବଳରେ ରକ୍ଷା କରାଯାଇପାରିବ ବୋଲି କହି ଚୀନ୍ ନିଜର ପ୍ରତିରକ୍ଷା ବଜେଟ୍ ବଢ଼ାଇବ ବୋଲି ମଙ୍ଗଳବାର ସଙ୍କେତ ଦେଇଛି। ନ୍ୟାସନାଲ ପିପୁଲ୍ସ କଂଗ୍ରେସରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କ ଦ୍ୱାରା ଉପସ୍ଥାପିତ ହେବାକୁ ଥିବା ମୁଖ୍ୟ ବଜେଟର ଏକ ଅଂଶ ଭାବରେ ବୁଧବାର ଚୀନ୍ ଏହାର ପ୍ରତିରକ୍ଷା ଖର୍ଚ୍ଚର ବିବରଣୀ ଉପସ୍ଥାପନ କରିବ। ଗତ ବର୍ଷ ଚୀନ୍ ନିଜର ପ୍ରତିରକ୍ଷା ବଜେଟ୍ କୁ ୭.୨ ପ୍ରତିଶତ ବୃଦ୍ଧି କରି ପାଖାପାଖି ୨୩୨ ବିଲିୟନ ଆମେରିକୀୟ ଡଲାର (୧.୬୭ ଟ୍ରିଲିୟନ ୟୁଆନ୍)କୁ ବୃଦ୍ଧି କରିଥିଲା, ଯାହା କି ଭାରତର ପ୍ରତିରକ୍ଷା ବଜେଟର ତିନି ଗୁଣରୁ ଅଧିକ।

ଚୀନ୍ ତା'ର ସମସ୍ତ ସଶସ୍ତ୍ର ବାହିନୀର ବ୍ୟାପକ ଆଧୁନିକୀକରଣ ଜାରି ରଖିଛି। ବିମାନବାହୀ ଜାହାଜ ନିର୍ମାଣ, ଉନ୍ନତ ନୌସେନା ଜାହାଜ ଏବଂ ଆଧୁନିକ ଷ୍ଟେଲଥ୍ ବିମାନର ଦ୍ରୁତ ନିର୍ମାଣ ସମେତ ବ୍ୟାପକ ସାମରିକ ଆଧୁନିକୀକରଣ ପରିପ୍ରେକ୍ଷୀରେ ଚୀନର ପ୍ରତିରକ୍ଷା ବଜେଟରେ ଥିବା ତଥ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖୁଛି। ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି)ର ମୁଖପାତ୍ର ଲୁ କିନଜିଆନ ଗଣମାଧ୍ୟମକୁ କହିଛନ୍ତି ଯେ ଶାନ୍ତି ରକ୍ଷା ପାଇଁ ଶକ୍ତି ଆବଶ୍ୟକ। ’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe