Image Courtesy of India Today
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଚୀନ୍ ମହାକାଶକୁ ବିଶ୍ବର ପ୍ରଥମ ଖଣିଖୋଦନକାରୀ ରୋବର୍ଟ ପ୍ରେରଣ କରିବ। ‘ଅରିଜିନ୍ ସ୍ପେସ୍’ ନାମକ ବେଜିଙ୍ଗ୍ର ଏକ ଘରୋଇ କମ୍ପାନି ବିଶ୍ବର ଏହି ପ୍ରଥମ ଖଣି ଖୋଦନକାରୀ ରୋବଟ୍ ପ୍ରେରଣ କରିବ। ‘ଏଷ୍ଟ୍ରଏଡ୍ ମାଇନିଙ୍ଗ୍ ରୋବଟ୍’ ନାମ ଦିଆଯାଇଥିବା ଏହି ରୋବଟ୍ ୨୦୨୦ ନଭେମ୍ବର ମାସରେ ମହାକାଶକୁ ଯାତ୍ରା କରିବ ବୋଲି ଆମେରିକୀୟ ପତ୍ରିକା ‘ଆଇଇଇଇ ସ୍ପେକ୍ଟ୍ରମ୍’ ରିପୋର୍ଟ କରିଛି।
କିନ୍ତୁ, ଏହି ରୋବଟ୍ ପ୍ରକୃତରେ କୌଣସି ଖଣି ଖୋଳିବ ନାହିଁ। ମୂଲ୍ୟବାନ୍ ସମ୍ବଳ ଚିହ୍ନଟ କରିବା ଓ ଉତ୍ଖନନ କରିବାରେ ‘ଏଷ୍ଟ୍ରଏଡ୍ ମାଇନିଙ୍ଗ୍ ରୋବଟ୍’ର ପ୍ରାଥମିକ ସାମର୍ଥ୍ୟ ମୂଲ୍ୟାୟନ କରିବା ଏହି ଅଭିଯାନର ଲକ୍ଷ୍ୟ।
Image Courtesy of News 18ଏହି ରୋବଟ୍ ଯିବାକୁ ଥିବା ‘ଚାଇନିଜ୍ ଲଙ୍ଗ୍ ମାର୍ଚ ରକେଟ୍’ରେ ସେକେଣ୍ଡାରି ପ୍ଲେଲୋଡ୍ ଭାବେ ‘ନିଓ-୧’ ନାମକ ୩୦ ଗ୍ରାମ୍ ଓଜନର ମହାକାଶଯାନ ଯିବାର ସମ୍ଭାବନା ରହିଛି। ଏହା ପୃଥିବୀର ୫୦୦ କିଲୋମିଟର୍ ଉଚ୍ଚତାରେ ଥାଇ କକ୍ଷପଥ ପରିକ୍ରମା କରିବ।
ଏକ ସାକ୍ଷାତ୍କାରରେ ‘ଅରିଜିନ୍ ସ୍ପେସ୍’ର ସହ-ସଂସ୍ଥାପକ ୟୁ ତିଆନ୍ହଙ୍ଗ୍ ‘ଆଇଇଇଇ ସ୍ପେକ୍ଟ୍ରମ୍’କୁ କହିଛନ୍ତି, ଖଣି ଖୋଦନ ଛଡ଼ା, ମହାକାଶଯାନ ଘୂର୍ଣ୍ଣନ କାର୍ଯ୍ୟକଳାପ, କ୍ଷୁଦ୍ର କ୍ଷୁଦ୍ର ମହାକାଶୀୟ ପିଣ୍ଡର ଚିତ୍ରୋତ୍ତୋଳନ, ଗୁଇନ୍ଦା ମହାକାଶଯାନ ଚିହ୍ନଟ ଓ ନିୟନ୍ତ୍ରଣ ଆଦି ଏହି ଅଭିଯାନର ବହୁବିଧ ମହାକାଶୀୟ କାର୍ଯ୍ୟ ରହିଛି।
ମହାକାଶ ସମ୍ବଳ ଶିଳ୍ପ ନିମନ୍ତେ ଏହି ଅଭିଯାନ ଏକ ମାଇଲ୍ଷ୍ଟୋନ୍ ହୋଇ ରହିବ। ଏହାଛଡ଼ା ଏହି ଚୀନା କମ୍ପାନିର ‘ୟୁଆୱାଙ୍ଗ୍-୧’ ବା ‘ଲିଟଲ୍ ହବଲ୍’ ନାମକ ଆଉ ଏକ ଅଭିଯାନ ୨୦୨୧ ଶେଷ କିଂବା ୨୦୨୨ ପ୍ରାରମ୍ଭରେ ଲଞ୍ଚ୍ କରାଯିବ।
Follow Us