ସୀମିତ ଯୁଦ୍ଧ ଚାହୁଛି ଚୀନ୍‌, ବଳପୂର୍ବକ ଏଲ୍‌ଏସି ନିୟନ୍ତ୍ରଣ ପାଇଁ ରଣନୀତି

ଏଲ୍‌ଏସିରେ ଉତ୍ତେଜନା ଜାରି, ଚୀନ୍‌ର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ

Guarding India

ଲଦାଖ : ପୂର୍ବ ଲଦାଖ୍‌ରେ ଭାରତର ଏକ ବିଶାଳ ଅଂଚଳକୁ ନିଜ ଦଖଲକୁ ନେବାପାଇଁ ଚୀନ୍‌ କମ୍ୟୁନିଷ୍ଟ ସରକାର ବଡ଼ ଷଡ଼ଯନ୍ତ୍ର କରିଛି। ଆଉ ଭାରତ ସହ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ବଦଳରେ ସୀମିତ ଯୁଦ୍ଧ କରି ସମଗ୍ର ଏଲ୍ଏସିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚୀନ୍‌ର ପିଏଲ୍‌ଏ (ପିପୁଲ୍‌ସ ଲିବରେସନ ଆର୍ମି) ବିଗତ ୫ ମାସ ମଧ୍ୟରେ ବ୍ୟାପକ ପ୍ରସ୍ତୁତି କରିଥିବା ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ଭାରତ ନିଜର ଅଂଚଳ ଏବଂ ସାର୍ବଭୌମତ୍ବର ସୁରକ୍ଷା ପାଇଁ ଚୀନ୍‌ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବାରୁ ଆଗକୁ ଦୁଇ ଦେଶ ଭୟଙ୍କର ଲଢ଼େଇର ସମ୍ଭାବନା ରହିଛି। ଚୀନ୍‌ ଯଦି ପ୍ରଥମେ ଯୁଦ୍ଧ ଆରମ୍ଭ କରିବ, ତା’ହେଲେ ଏହା ଆଉ ସୀମିତ ହୋଇ ରହିବ ନାହିଁ ଏବଂ ଭାରତ ନିଜର ସବୁ ଶକ୍ତି ଖଟାଇ ଚୀନ୍‌କୁ ପରାହତ କରିବାକୁ ପ୍ରୟାସ କରିବ। ଏଭଳି ସ୍ଥିତିରେ ଚୀନ୍‌ ବଳପୂର୍ବକ ପ୍ରଥମେ ଏଲ୍‌ଏସିର କିଛି ଅଂଚଳ ନିଜ ଦଖଲକୁ ନେଇସାରିଛି ଏବଂ ଭାରତ ଏହାର ଦୃଢ଼ ବିରୋଧ ଜାରି ରଖିଛି।

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରାୟନ କହିଛନ୍ତି ଯେ ଚୀନ୍‌ ନିଜର ସାମରିକ ଶକ୍ତି ବଳରେ ଏଲ୍‌ଏସିକୁ ଦଖଲ କରିବା ପାଇଁ ଚାହୁଛି। ଏବଂ ଚୀନ୍‌ ସହ ଏବାବଦରେ ଆଲୋଚନା ଦ୍ବାରା କୌଣସି ଫାଇଦା ମିଳିବ ନାହିଁ। ୬ ପର୍ଯ୍ୟାୟ ଶୀର୍ଷ କମାଣ୍ଡରସ୍ତରୀୟ ଆଲୋଚନାରୁ ବି କୌଣସି ଫାଇଦା ମଳିନାହିଁ।

ବିଗତ ୫ ମାସର ଟକ୍କର
ମେ’ ୫: ପୂର୍ବ ଲଦାଖ୍‌ରେ ପ୍ରଥମେ ଭାରତ ଓ ଚୀନ୍‌ର ୨୦୦ ସୈନିକ ମୁହାଁମୁହିଁ ହୋଇଥିଲେ।
ମେ’ ୯: ଉତ୍ତର ସିକିମ୍‌ରେ ୧୫୦ ଚୀନ୍‌ ସୈନିକଙ୍କ ଅତିକ୍ରମଣକୁ ଭାରତ ପଣ୍ଡ କରିଥିଲା ଏବଂ ସେଠାରେ ଧସ୍ତାଧସ୍ତି ହୋଇଥିଲା।
ମେ’ ୯: ଲଦାଖ୍‌ରେ ଏଲ୍‌ଏସି ଅଂଚଳରେ ଉତ୍ତେଜନା ପାଇଁ ଚୀନ୍‌ର ପ୍ରୟାସ। ଚୀନ୍‌ର ସାମରିକ ହେଲିକପ୍‌ଟର ଠାବ।
ମେ’ ୯: ଗଲୱାନରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ୨୦ ଜଣ ଭାରତୀୟ ଯବାନ ସହିଦ ଏବଂ ଚୀନ୍‌ର ୪୦ ସୈନିକଙ୍କ ପ୍ରାଣହାନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe