କାଜାଖ୍‌ସ୍ଥାନରେ କୋଭିଡ୍-୧୯ ଠାରୁ ଅଧିକ ମୃତ୍ୟୁ ଘଟାଇଥିବା ‘ଅଜଣା ନିମୋନିଆ’ ବିଷୟରେ ନିଜ ନାଗରିକମାନଙ୍କୁ ସତର୍କ କରାଇଲା ଚୀନ୍

Advertisment
କାଜାଖ୍‌ସ୍ଥାନରେ କୋଭିଡ୍-୧୯ ଠାରୁ ଅଧିକ ମୃତ୍ୟୁ ଘଟାଇଥିବା ‘ଅଜଣା ନିମୋନିଆ’ ବିଷୟରେ ନିଜ ନାଗରିକମାନଙ୍କୁ ସତର୍କ କରାଇଲା ଚୀନ୍

Image Courtesy of Hindustan Times

ବେଜିଙ୍ଗ୍: କାଜାଖ୍‌ସ୍ଥାନରେ ଥିବା ଚୀନ୍‌ ଦୂତାବାସ ଏକ ‘ଅଜଣା ନିମୋନିଆ’ ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ଏସୀୟ ଦେଶମାନଙ୍କରେ ବ୍ୟାପୁଥିବା ଏହି ନିମୋନିଆ ଯୋଗୁଁ ଜୁନ୍‌ ମାସରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ଦିଆଯାଇଛି।

ପୂର୍ବତନ ସୋଭିଏତ୍‌ ବ୍ଲକ୍ ଦେଶ କାଜାଖ୍‌ସ୍ଥାନରେ ବାସ କରୁଥିବା ଚୀନ୍ ନାଗରିକମାନଙ୍କ ନିମନ୍ତେ ପରାମର୍ଶ ଜାରି କରି ଚୀନ୍ ଦୂତାବାସ କହିଛି ଯେ, ଏହି ନୂଆ ରୋଗଜନିତ ମୃତ୍ୟୁହାର କୋଭିଡ୍-୧୯ ଠାରୁ ଖୁବ୍ ଅଧିକ।

କାଜାଖ୍‌ସ୍ଥାନ୍‌ ଉତ୍ତରପଶ୍ଚିମ ଚୀନ୍‌ର ଜିନ୍‌ଜିଆଙ୍ଗ୍‌ ଉଇଘୁର ସ୍ବୟଂଶାସିତ ଅଞ୍ଚଳର ସୀମା ସହ ଲାଗିଛି।

publive-image Image Courtesy of WINO

କାଜାଖ୍‌ସ୍ଥାନରେ ଏହି ଅଜଣା ନିମୋନିଆ ଏ ବର୍ଷର ପ୍ରଥମ ଛଅ ମାସରେ ୧, ୭୭୭ ଜଣଙ୍କର ମୃତ୍ୟୁର କାରଣ ହୋଇଛି। ଚୀନ୍‌ ନାଗରିକମାନଙ୍କ ସମେତ କେବଳ ଜୁନ୍ ମାସରେ ଏଥିଯୋଗୁଁ ୬୨୮ଜଣ ଲୋକ ମରିଥିବା କଥା ଗୁରୁବାର ଦିନ ଚୀନ୍ ଦୂତାବାସ ଉଇଚାଟ୍‌ ପ୍ଲାଟ୍‌ଫର୍ମରେ ଏକ ବିବୃତି ଦେଇ କହିଛି।

ଏହି ନିମୋନିଆ ସଂକ୍ରାନ୍ତରେ ଚୀନ୍ ଅଧିକାରୀମାନଙ୍କ ପାଖରେ କିଛି ଅଧିକ ସୂଚନା ଅଛି କି, ନାହିଁ, ସେକଥା ହଠାତ୍‌ ଜଣାପଡ଼ି ନାହିଁ। ଏହାକୁ ‘ଅଜଣା’ କହିବାର ନିର୍ଦ୍ଦିଷ୍ଟ କାରଣ ଅଛି କି, ନାହିଁ, ତାହା ମଧ୍ୟ ଜଣାପଡ଼ିନାହିଁ। କାଜାଖ ଗଣମାଧ୍ୟମ କେବଳ କହିଛି, ଏହା ଏକ ନିମୋନିଆ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଏହି ଅଜଣା ନିମୋନିଆ ବିଷୟରେ ଅବଗତ କରାଯାଇଛି କି, ନାହିଁ, ସେ କଥା ମଧ୍ୟ ଜଣାପଡ଼ିନାହିଁ। ଚୀନ୍ ଦୂତାବାସ ସେଠାରେ ଥିବା ଚୀନ୍ ନାଗରିକମାନଙ୍କୁ କହିଛି, ସଂକ୍ରମଣ ଆଶଙ୍କା ଥିବାରୁ ପରିସ୍ଥିତି ପ୍ରତି ସଜାଗ ରହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe