Image Courtesy of India Today
ବେଜିଙ୍ଗ୍/ୱାସିଂଟନ୍: ଏ ସପ୍ତାହରେ ହଷ୍ଟନ୍ରେ ଥିବା ଚୀନ୍ର କନ୍ସୁଲେଟ୍ ବନ୍ଦ କରାଇବାକୁ ଯୁକ୍ତରାଷ୍ଟ୍ର ଆମେରିକା ନେଇଥିବା ପଦକ୍ଷେପ ଦୁଇ ଦେଶର ସମ୍ପର୍କରେ ଗୁରୁତର କ୍ଷତି କରିଛି; ଏଥିପାଇଁ ନିଶ୍ଚୟ ପ୍ରତିଶୋଧ ନିଆଯିବ ବୋଲି ଚୀନ୍ କହିଛି। କିନ୍ତୁ, କେଉଁ ପ୍ରକାରର ପ୍ରତିଶୋଧ ନିଆଯିବ ସେ କଥା ଚୀନ୍ କହିନାହିଁ।
କନ୍ସୁଲେଟ୍ ବନ୍ଦ କରିବାକୁ ମଙ୍ଗଳବାର ଦିନ ୱାସିଂଟନ ଚୀନ୍କୁ ୭୨ ଘଣ୍ଟା ସମୟ ଦେଇଥିଲା। ଆମେରିକାର ବୌଦ୍ଧିକ ସମ୍ପତ୍ତି ଏବଂ ଆମେରିକୀୟମାନଙ୍କର ବ୍ୟକ୍ତିଗତ ସୂଚନା ନିରାପଦ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ୱାସିଂଟନ୍ କହିଥିଲା।
Image Courtesy of First Postଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍ବିନ୍ ଯୁକ୍ତରାଷ୍ଟ୍ର ଆମେରିକାର ଅଭିଯୋଗକୁ ଷଡ଼ଯନ୍ତ୍ର ଦୁର୍ଭାବନାପୂର୍ଣ୍ଣ ଅପବାଦ ବୋଲି ବର୍ଣ୍ଣନା କରି କହିଛନ୍ତି, ଏହି ଅଯୌକ୍ତିକ ପଦକ୍ଷେପ ସମ୍ପର୍କର ସାଙ୍ଘାତିକ କ୍ଷତି ସାଧନ କରିଛି।
ଏଥିପାଇଁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା କହିବାକୁ ମନା କରି ସେ କହିଲେ, ଚୀନ୍ ଆବଶ୍ୟକ ମୁକାବିଲା କରିବ ଓ ତା’ର ଆଇନଗତ ଅଧିକାରକୁ ସୁରକ୍ଷିତ ରଖିବ।
ଚୀନ୍ର ସମ୍ବାଦପତ୍ର ‘ଦି ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍’ ରିପୋର୍ଟ କରିଛି ଯେ, ଚେଙ୍ଗଡୁ ସହରର ଦକ୍ଷିଣପଶ୍ଚିମରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର କନ୍ସୁଲେଟ୍କୁ ଚୀନ୍ ବନ୍ଦ କରିପାରେ।
Follow Us