ଚୀନ୍‌ ସର୍ବଦା‌ ପାକ୍‌କୁ ସମର୍ଥନ କରିବ

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେ‌ଳେ ଆଜି ଚୀନ୍‌ ଆମ୍ବାସାଡର ଜିଆଙ୍କ ଜାଇଡଙ୍ଗ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ଚୀନ୍‌ ସର୍ବଦା ପାକିସ୍ତାନକୁ ସମର୍ଥନ କରିବ।

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେ‌ଳେ ଆଜି ଚୀନ୍‌ ଆମ୍ବାସାଡର ଜିଆଙ୍କ ଜାଇଡଙ୍ଗ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ଚୀନ୍‌ ସର୍ବଦା ପାକିସ୍ତାନକୁ ସମର୍ଥନ କରିବ।

scscsc c

ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେ‌ଳେ ଆଜି ଚୀନ୍‌ ଆମ୍ବାସାଡର ଜିଆଙ୍କ ଜାଇଡଙ୍ଗ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ଚୀନ୍‌ ସର୍ବଦା ପାକିସ୍ତାନକୁ ସମର୍ଥନ କରିବ। ପାକିସ୍ତାନ ରାଷ୍ଟ୍ରପତି ଅସିଫ୍‌ ଅଲି ଜରଦ୍ଦାରୀଙ୍କୁ ଆଜି ଇସଲାମାବାଦରେ ଭେଟିବା ଅବସରରେ ଜିଆଙ୍ଗ ଏହି ଟିପ୍ପଣୀ ଦେଇଛନ୍ତି।  ଏକ ପ୍ରେସ୍‌ ରିଲିଜ୍‌ ଜାରି କରି ପାକିସ୍ତାନର ପିପୁଲ୍ସ ପାର୍ଟି କହିଛି ଯେ ଜିଆଙ୍ଗ ଜାଇଡଙ୍ଗ ଏବଂ ଅସିଫ୍‌ ଅଲି ଜରଦ୍ଦାରୀଙ୍କ ମଧ୍ୟରେ ପାକିସ୍ତାନର ରାଷ୍ଟ୍ରପତି ପ୍ରାସାଦରେ ସାକ୍ଷାତ ହୋଇଛି।

ଦ୍ବିପାକ୍ଷିକ ଗୁରୁତ୍ବ ଥିବା ବିଷୟବସ୍ତୁ ଏବଂ ବିଶେଷ କରି ପାକିସ୍ତାନ ଏବଂ ଭାରତ ସ୍ଥିତି ଉପରେ ଫୋକସ୍‌ କରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବିବୃତିରେ କୁହାଯାଇଛି।  ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ବି‌ରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଜରଦ୍ଦାରୀ ଦାୟିତ୍ବହୀନ କହିଛନ୍ତି। ଏଭଳି କାର୍ଯ୍ୟ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ବୋଲି ସେ କହିଛନ୍ତି। ଏହି ଅବସରରେ ଚୀନ୍‌ ଆମ୍ବାସାଡର ପାକିସ୍ତାନ ପ୍ରତି ତାଙ୍କ ଦେଶର ସମର୍ଥନକୁ ଦୋହରାଇଥିଲେ।  ଚୀନ୍‌ ଆମ୍ବାସାଡର ଚୀନ୍‌ ଏବଂ ପାକିସ୍ତାନ ସମ୍ପର୍କକୁ ଅତ୍ୟନ୍ତ ଦୃଢ଼ ବୋଲି ବର୍ଣ୍ଣନା କରିଛନ୍ତି। ବିପଦ ସମୟରେ ଆମେ ପରସ୍ପରକୁ ସହଯୋଗ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe