Advertisment

China: ଇରାନ-ଇସ୍ରାଇଲ ଯୁଦ୍ଧର ଫାଇଦା ନେବ ଚୀନ୍‌

Advertisment

ଇରାନ ଓ ଇସ୍ରାଇଲ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ ଏହି ଯୁଦ୍ଧ ପରିସ୍ଥିତିରୁ ପୂରା ଫାଇଦା ଉଠାଇବାକୁ ଲାଗିପଡ଼ିଛି ଚୀନ୍‌। ବିଶେଷକରି ଏହି ଯୁଦ୍ଧ ପ୍ରଭାବରେ ବିଶ୍ବବ୍ୟାପୀ ଅଶୋଧିତ ତୈଳ ଦର ବଢ଼ିଯିବା ଆଶଙ୍କା କରାଯାଉଛି।

ଇରାନ ଓ ଇସ୍ରାଇଲ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ ଏହି ଯୁଦ୍ଧ ପରିସ୍ଥିତିରୁ ପୂରା ଫାଇଦା ଉଠାଇବାକୁ ଲାଗିପଡ଼ିଛି ଚୀନ୍‌। ବିଶେଷକରି ଏହି ଯୁଦ୍ଧ ପ୍ରଭାବରେ ବିଶ୍ବବ୍ୟାପୀ ଅଶୋଧିତ ତୈଳ ଦର ବଢ଼ିଯିବା ଆଶଙ୍କା କରାଯାଉଛି।

china

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଇଲ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ ଏହି ଯୁଦ୍ଧ ପରିସ୍ଥିତିରୁ ପୂରା ଫାଇଦା ଉଠାଇବାକୁ ଲାଗିପଡ଼ିଛି ଚୀନ୍‌। ବିଶେଷକରି ଏହି ଯୁଦ୍ଧ ପ୍ରଭାବରେ ବିଶ୍ବବ୍ୟାପୀ ଅଶୋଧିତ ତୈଳ ଦର ବଢ଼ିଯିବା ଆଶଙ୍କା କରାଯାଉଛି। ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ଯୁଦ୍ଧ ଚାଲେ ତେବେ ଅଶୋଧିତ ତୈଳ ଦର ଏବେ ଆନ୍ତର୍ଜାତିକ ବଜାରରେ ଯାହା ଅଛି ତାଠାରୁ ଦର ଯଥେଷ୍ଟ ଅଧିକ ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ କିଛି ଦିନ ହେବ ଅଶୋଧିତ ତୈଳ ମହଜୁଦ କରିବାରେ ଲାଗିପଡ଼ିଛି। ଇରାନରେ ଦୈନିକ ୩୩ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଉତ୍ତୋଳନ ହୋଇଥାଏ।

ବିଶ୍ବ ବଜାରରେ ତୈଳ ଚାହିଦାର ୨୦ ପ୍ରତିଶତ ଇରାନ ପୂରଣ କରିଥାଏ। ଯେବେଠାରୁ ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସୈନ୍ୟ ମୁତୟନ କଲାଣି ସେବେଠାରୁ ଆଶୋଧିତ ତୈଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇସାରିଛି। ତେବେ ଇତିମଧ୍ୟରେ ଚୀନ୍‌ ସାଉଦିଆରବ, ଇରାନ ଓ ରୁଷରୁ ବହୁ ପରିାମଣରେ ଅଶୋଧିତ ତୈଳ କିଣି ଏହାର ଭଣ୍ଡାରଗୁଡ଼ିକରେ ଗଚ୍ଛିତ ରଖିଛି। ଆସନ୍ତା ମାସରେ ସାଉଦୀ ଆରବରୁ ଚୀନ୍‌ ୮ ନିୟୁତ ବ୍ୟାରେଲ ତୈଳ ଆମଦାନି କରିବାକୁ ଚୁକ୍ତି କରିଥିବା ଜଣାପଡ଼ିଛି। ଉପଗ୍ରହରୁ ମିଳିଥିବା ଚିତ୍ରରେ ଦେଖିବାକୁ ମିଳିଛି ଯେ ଏବେ ଇରାନର ବନ୍ଦରଗୁଡ଼ିକରେ ତୈଳ ଟ୍ୟାଙ୍କରଗୁଡ଼ିକର ଭିଡ଼ ଲାଗି ରହିଛି।

ପୂର୍ବରୁ ମଧ୍ୟ ଯେଉଁ ସମୟରେ ଯୁଦ୍ଧ ଆରମ୍ଭ ହେଉଥିଲା, ଇରାନରୁ ତେଲ ରପ୍ତାନି ଯୁଦ୍ଧ ପୂର୍ବରୁ ହଠାତ ବଢ଼ିଯାଇଥିବା ଦେଖିବାକୁ ମିଳିଥିଲା। ତେବେ ସଂପ୍ରତି ଇରାନର ବନ୍ଦରଗୁଡ଼ିକରେ ଅଶୋଧିତ ତେଳ ନେବା ପାଇଁ ଲାଗିଥିବା ଟ୍ୟାଙ୍କରଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ଚୀନ୍‌ର ଟ୍ୟାଙ୍କର। ଏହା ପୂର୍ବରୁ ମଧ୍ୟ ଯୁଦ୍ଧ ସମୟରେ ଚୀନ୍‌ ଇରାନ ଓ ରୁଷ୍‌ରୁ ଅଶୋଧିତ ତେଲ ବୋହି ନେଇଥିଲା। ଚୀନ୍‌ରେ ଅଶୋଧିତ ତେଲ ଗଚ୍ଛିତ କରି ରଖିବା ପାଇଁ ବଡ଼ ବଡ଼ ତୈଳ ଭଣ୍ଡାର ଥିବାରୁ ଶସ୍ତା ସମୟରେ ଚୀନ୍‌ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକରୁ ଅଧିକ ତେଲ କିଣି ନେଇଥାଏ। ଯୁଦ୍ଧ ଆରମ୍ଭ ହୋଇଗଲେ ତେଲ ଦର ଆନ୍ତର୍ଜାତକ ବଜାରରେ ବଢ଼ିବା ସହ ଚୀନ୍‌ ଉଚ୍ଚ ଦରରେ ଏହାକୁ ବିଭିନ୍ନ ଦେଶକୁ ରପ୍ତାନି କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe