ନଭେମ୍ବରରେ ଚୀନ୍‌ ପାଇଯିବ କୋଭିଡ୍‌ ଟିକା

Advertisment
ନଭେମ୍ବରରେ ଚୀନ୍‌ ପାଇଯିବ କୋଭିଡ୍‌ ଟିକା

© Photo : RDIF and Gamaleya Research Centre

ବେଜିଂ: ଚୀନ୍‌ରେ ବିକଶିତ ହୋଇଥିବା ୪ ପ୍ରକାରର କୋଭିଡ୍‌ ଟିକା ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ତର ଦେଇ ଗତି କରୁଛନ୍ତି। ଏପରିକି ଚୂଡ଼ାନ୍ତ ଫଳାଫଳ ଆସିବା ଆଗରୁ ସେଥି ମଧ୍ୟରୁ ୩ଟି ଟିକାର ପରୀକ୍ଷାମୂଳକ ପ୍ରୟୋଗ କମ୍ପାନିର ଅତ୍ୟାବଶ୍ୟକ କର୍ମଚାରୀଙ୍କ ଠାରେ ସଂପନ୍ନ ହୋଇଛି। ତେଣୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଯେପରି ଆଶାନୁରୂପ ରହିଛି, ଆଗକୁ ସବୁ କିଛି ସେପରି ଠିକ୍‌ଠାକ୍‌ ରହିଲେ ଆଗାମୀ ନଭେମ୍ବର ମାସରେ ଦେଶରେ ସାର୍ବଜନୀନ ବ୍ୟବହାର ପାଇଁ କୋଭିଡ୍‌ ଟିକା ଉପଲବ୍‌ଧ ହୋଇପାରିବ ବୋଲି ଚୀନ୍‌ର ପ୍ରମୁଖ ଜୈବସୁରକ୍ଷା ବିଶେଷଜ୍ଞ ତଥା ରୋଗ ନିୟନ୍ତ୍ରଣ କେନ୍ଦ୍ର(ସିଡିସି)ର ମୁଖ୍ୟ ଗୁଇଝେନ୍‌ ଉ ଆଶାବ୍ୟକ୍ତ କରିଛନ୍ତି।

ଅବଶ୍ୟ ନିଜେ ଗୁଇଝେନ୍‌ ଗତ ଏପ୍ରିଲ ମାସରେ ପରୀକ୍ଷାମୂଳକ ଭାବେ ନେଇଥିବା ଏକ ଟିକାର କୌଣସି ପ୍ରକାର ଅସ୍ବାଭାବିକ ଲକ୍ଷଣ ଏଯାଏ ପ୍ରଦର୍ଶନ କରିନାହାନ୍ତି ବୋଲି ଏକ ଟିଭି ସାକ୍ଷାତକାରରେ କହିଛନ୍ତି। ତେବେ ତାହା ନିର୍ଦ୍ଦିଷ୍ଟ ଭାବେ କେଉଁ ଟିକା ଥିଲା ବୋଲି ସେ ସ୍ପଷ୍ଟ କରିନାହାନ୍ତି। ସୂଚନା ଥାଉ କି, ଚୀନ ସରକାରୀ ଉଦ୍ୟୋଗ ସିନୋଫାର୍ମ ଓ ସିନୋଭାକ୍‌ ବାୟୋଟେକ୍‌ ଦ୍ବାରା ବିକଶିତ ତିନିଟି ଟିକା ସଂପୃକ୍ତ କର୍ମଚାରୀଙ୍କ ଠାରେ ପ୍ରୟୋଗ କରାଯିବା ସହ ସେଗୁଡ଼ିକର ଚୂଡ଼ାନ୍ତ ମାନବୀୟ ପରୀକ୍ଷଣ ଜାରି ରହିଛି। ସେହିପରି ଅନ୍ୟତମ ଟିକାଟି ଭେଷଜ କମ୍ପାନି କାନ୍‌ସିନୋ ବାୟୋଲଜିକ୍‌ସ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ତାହା ଗତ ଜୁନ୍‌ରୁ ଚୀନର ସାମରିକ କର୍ମଚାରୀଙ୍କୁ ପ୍ରଦାନ କରାଯିବାକୁ ଅନୁମତି ମିଳିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe