ଗଲଓ୍ବାନ ସମେତ ୪ ସ୍ଥାନରୁ ପଛକୁ ହଟିଲେ ଚୀନ ସୈନ୍ୟ

ପୂର୍ବ ଲଦାଖର ଗଲୱାନ ସମେତ ୪ଟି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ । ଏହା ସହିତ ସୀମାରେ ପରିସ୍ଥିତି ସ୍ଥିର ରହିଛି ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।

ପାଙ୍ଗୋଙ୍ଗ୍‌ ସୋ ହ୍ରଦରେ ପାଟ୍ରୋଲିଙ୍ଗ୍‌ ପାଇଁ ଚୀନ୍‌ ସେନା ମୁତୟନ କଲା ଦ୍ରୁତଗାମୀ ସାମରିକ ବୋଟ୍‌

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ସମେତ ୪ଟି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ । ଏ ନେଇ ଚୀନ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।
ଏହି ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଋଷରେ ହୋଇଥିବା ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ନିମନ୍ତେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ପାଇଁ ଭାରତ ଏବଂ ଚୀନ୍ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଗୁରୁବାର ରୁଷିଆର ସେଣ୍ଟ ପିଟର୍ସବର୍ଗଠାରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ସୁରକ୍ଷା ବ୍ୟାପାର ପାଇଁ ଦାୟୀ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକ ଅବସରରେ ଆଲୋଚନା କରିଥିଲେ। 

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଗୁରୁବାର ରୁଷିଆର ସେଣ୍ଟ ପିଟର୍ସବର୍ଗଠାରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ସୁରକ୍ଷା ବ୍ୟାପାର ପାଇଁ ଦାୟୀ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକ ଅବସରରେ ଆଲୋଚନା କରିଥିଲେ। 

ପୂର୍ବ ଲଦାଖରେ ସାମରିକ ବିବାଦ ଯୋଗୁଁ ୪ ବର୍ଷରୁ ଅଧିକ ସମୟ ଧରି ଦ୍ୱିପାକ୍ଷିକ ସମ୍ପର୍କରେ ଆସିଥିବା ତିକ୍ତତା କମକରିବାକୁ  ଦୁଇ ଦେଶ ନିକଟତର କି ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ଙ୍କୁ ପଚରାଯାଇଥିଲା। ମାଓ କହିଛନ୍ତି ଯେ ଉଭୟ ସେନା ୪ଟି ଅଞ୍ଚଳରୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ସୀମାରେ ସ୍ଥିତି ସ୍ଥିର ରହିଛି। ଗତ କିଛି ବର୍ଷ ମଧ୍ୟରେ ଗଲୱାନ ଉପତ୍ୟକା ସମେତ ଚୀନ-ଭାରତ ସୀମାର ପଶ୍ଚିମ ସେକ୍ଟରର ୪ଟି ସ୍ଥାନରୁ ଉଭୟ ଦେଶ ନିଜ ନିଜର ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe