Image Courtesy of Zee News
ନୂଆଦିଲ୍ଲୀ: ରିପୋର୍ଟର୍ସ ଉଇଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍)ଙ୍କ ଦ୍ୱାରା ପ୍ରସ୍ତୁତ ‘ଓ୍ଵାର୍ଲଡ୍ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ୍’-୨୦୧୭ରେ ଚୀନ୍ ଉତ୍ତମ ଅଗ୍ରଗତି କରି ନାହିଁ। ସବୁଠୁ ଅଧିକ ସଂଖ୍ୟକ ସାମ୍ବାଦିକ ଜେଲ୍ରେ ଥିବା ଦେଶ ଭାବେ ତାହାକୁ ବିବେଚନା କରାଯାଉଛି। ସେ ଦେଶକୁ ସାମ୍ବାଦିକମାନଙ୍କ ନିମନ୍ତେ ଅନ୍ୟତମ ବିପଜ୍ଜନକ ଦେଶର ଆଖ୍ୟା ଦିଆଯାଇଛି।
ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇଥିବା ୧୮୦ ଦେଶ ମଧ୍ୟରୁ ଚୀନ୍ ରହିଛି ୧୭୬ ତମ ସ୍ଥାନରେ। ତା’ ତଳକୁ ୧୭୫ ତମ ସ୍ଥାନରେ ଥିବା ଭିଏତ୍ନାମ୍ରେ ମଧ୍ୟ ବହୁ ସଂଖ୍ୟକ ସାମ୍ବାଦିକ କାରାଗାରରେ ଅଛନ୍ତି।
ସେହି ଏକା ରିପୋର୍ଟରେ ୧୩୬ ତମ ସ୍ଥାନରେ ଥିବା ଭାରତ ପାକିସ୍ତାନଠୁ ଭଲ ବୋଲି ଦର୍ଶାଯାଇଛି। ଭାରତ ଠାରୁ ତିନୋଟି ସ୍ଥାନ ଉପରେ ଥିବା ପାକିସ୍ତାନରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା ଏବଂ ମାଫିଆ ଏକ ବଡ଼ ବିପଦ୍ ଭାବେ ଉଭା ହୋଇଛି। ୧୯୯୪ ମସିହାରୁ ଆଜିଯାଏଁ ୬୦ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା କଥା ନିୟୁୟର୍କର କମିଟି ଟୁ ପ୍ରୋଟେକ୍ଟ୍ ଜର୍ଣ୍ଣାଲିଷ୍ଟ ତାଲିକା କରି ଥିଲେ ମଧ୍ୟ ସେ ଦେଶ ତାହାକୁ ‘ସବୁଠୁ ବିପଜ୍ଜନକ’ ତାଲିକାକୁ ନେଇ ନାହିଁ।
ସେଥିରେ ଉତ୍ତର କୋରିଆ ୧୮୦ ତମ ସ୍ଥାନରେ ଥିବାବେଳେ ଯୁଦ୍ଧ ବିକ୍ଷତ ସିରିୟା ଅଛି ଚୀନ୍ ଠାରୁ ଗୋଟିଏ ଖରାପ ପାହ୍ୟା ଉପରେ ଅର୍ଥାତ୍ ୧୭୭ ତମ ସ୍ଥାନରେ।
ରିପୋର୍ଟର୍ ଅନ୍ୟ ପ୍ରାନ୍ତରେ ନର୍େଓ୍ଵ, ସ୍ୱିଡେନ୍, ଫିନ୍ଲାଣ୍ଡ୍, ଡେନ୍ମାର୍କ ଏବଂ ନେଦର୍ଲାଣ୍ଡ୍ସ୍ ଆଦି ୫ ସ୍କାଣ୍ଡାଭୀୟ ଦେଶ ଶୀର୍ଷ ପଞ୍ଚକ ହୋଇ ପାରିଛନ୍ତି।
Follow Us