www.indiatoday.in
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ର ଆକ୍ରମଣାତ୍ମକ ଆଚରଣ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି ବୋଲି ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗିଙ୍କୁ କହିଛନ୍ତି।
ଶୁକ୍ରବାର ଦିନ ମସ୍କୋରେ ଉଚ୍ଚସ୍ତରୀୟ ପ୍ରତିନିଧୀଙ୍କ ସହ ମିଳିତ ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଦୁଇ ମନ୍ତ୍ରୀ ଏବେ ସଂଘାଇ କୋପରେସନ୍ ଅର୍ଗାନାଇଜେସନ୍(ଏସ୍ସିଓ), କମନ୍ ୱେଲ୍ଥ ଅଫ୍ ଇଣ୍ଡିପେଣ୍ଡେଣ୍ଟ୍ ଷ୍ଟେଟ୍ସ(ସିଅାଇଏସ୍) ଓ କଲେକ୍ଟିଭ୍ ସିକ୍ୟୁରିଟି ଟ୍ରିଟି ଅର୍ଗାନାଇଜେସନ୍(ସିଏସ୍ଟିଓ)ର ସଦସ୍ୟମାନଙ୍କ ସହ ବୈଠକ ପାଇଁ ରୁଷ୍ରେ ଅଛନ୍ତି।
ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରକାଶିତ ବିବୃତି ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ କିଛି ଦିନ ମଧ୍ୟରେ ଭାରତ-ଚୀନ୍ ସୀମା ଅଞ୍ଚଳର ପଶ୍ଚିମ ସେକ୍ଟରର ଗାଲୱାନ୍ ଉପତ୍ୟକା ସମେତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ରେ ଶାନ୍ତିରକ୍ଷା ଉପରେ ଭାରତର ଆଭିମୁଖ୍ୟ ଜଣାଇଛନ୍ତି। ବିବୃତିରେ କୁହାଯାଇଛି ଯେ ଚୀନ ସେନାର ଆକ୍ରମଣାତ୍ମକ ଆଚରଣ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଉଲ୍ଲଂଘନ କରିଛି। ବହୁସଂଖ୍ୟକ ସୈନିକ ଏକତ୍ର ହୋଇ ସ୍ଥିତାବସ୍ଥାକୁ ବଦଳାଇବା ଲାଗି ଉଦ୍ୟମ କରିବା ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଲଂଘନ କରୁଛି।
ରାଜନାଥ ସିଂହ ଆହୁରି ବି କହିଛନ୍ତି କି ଭାରତୀୟ ସୈନ୍ୟମାନେ ସୀମା ପରିଚାଳନା ଦିଗରେ ସର୍ବଦା ଏକ ଦାୟିତ୍ବପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ସୁଦୃଢ଼ ରଖିବା ପାଇଁ ଉଭୟ ପକ୍ଷ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଦ୍ବାରା ସୀମାରେ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ସହ ସଂପୂର୍ଣ୍ଣ ଅଂଚଳରେ ଶାନ୍ତିବଜାୟ ରଖିବା ଉଚିତ।
Follow Us