ଆମେରିକା ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଉଡ଼ିଲା ଚୀନ୍‌ର ଗୁଇନ୍ଦା ବେଲୁନ

Advertisment
ଆମେରିକା ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଉଡ଼ିଲା ଚୀନ୍‌ର ଗୁଇନ୍ଦା ବେଲୁନ

ୱାସିଂଟନ : ଆମେରିକାର କେତେକ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଚୀନ୍‌ର ଗୁଇନ୍ଦା ବେଲୁନ ଉଡ଼ିବା ଖବର ହଇଚଇ ସୃଷ୍ଟି କରିଛି । ସମ୍ବେଦନଶୀଳ ଅଞ୍ଚଳରେ ଚୀନ୍‌ ବେଲୁନ ଠାବ ହେବାପରେ ଏହାର ତଦନ୍ତ ପାଇଁ ତୁରନ୍ତ ଏକ କମିଟି ଗଠନ କରାଯାଇଛି। ଆମେରିକା ଓ ଚୀନ୍‌ ମଧ୍ୟରେ ଏବେ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ୍‌ ଗୁଇନ୍ଦାଗିରି ପାଇଁ ବେଲୁନ ବ୍ୟବହାର କରିବା ଘଟଣା ପ୍ରତିରକ୍ଷା ଅଧିକାରୀଙ୍କୁ ଚିନ୍ତାରେ ପକାଇଛି। ଏ ନେଇ ସଂପୂର୍ଣ୍ଣ ଆଲର୍ଟରେ ଥିବା ଆମେରିକା ପ୍ରଶାସନ ଚୀନ୍‌ ରାଷ୍ଟ୍ରଦୂତଙ୍କୁ ସମନ କରିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଉକ୍ତ ବେଲୁନ ଆମର ‘ଏୟାରସିପ୍‌’ଥିଲା ଏବଂ ଏହା ବିଭିନ୍ନ ବୈଜ୍ଞାନିକ ଗବେଷଣା ପାଇଁ ଉଦ୍ଦିଷ୍ଟ। ଏହା ଭୁଲ୍‌ରେ ଆମେରିକା ବାୟୁସୀମାରେ ପ୍ରବେଶ କରିଛି ବୋଲି ଚୀନ୍‌ ସଫେଇ ଦେଇଛି। ତାଇୱାନକୁ ନେଇ ଚୀନ୍‌ର ଆକ୍ରମଣାତ୍ମକ ନୀତିକୁ ଆମେରିକା ଦୃଢ଼ ବିରୋଧ କରୁଥିବା ବେଳେ ଏବେ ଚୀନ୍‌ ଆମେରିକାର ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ସଂପର୍କରେ ତଥ୍ୟ ହାସଲ ପାଇଁ ଗୁଇନ୍ଦା ବିମାନ ବ୍ୟବହାର କରିଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe