ପୁଣି ଥରେ କରୋନା ଭଳି ଏକ ଭୟଙ୍କର ଭୂତାଣୁର ସଂକ୍ରମଣ ବ୍ୟାପିବା ନେଇ ପୂର୍ବାନୁମାନ କଲେ ଚୀନର ଭାଇରୋଲୋଜିଷ୍ଟ୍‌

Advertisment
ପୁଣି ଥରେ କରୋନା ଭଳି ଏକ ଭୟଙ୍କର ଭୂତାଣୁର ସଂକ୍ରମଣ ବ୍ୟାପିବା ନେଇ ପୂର୍ବାନୁମାନ କଲେ ଚୀନର ଭାଇରୋଲୋଜିଷ୍ଟ୍‌

ବେଜିଂ: ଭବିଷ୍ୟତରେ ଆଉ ଏକ କୋଭିଡ୍‌-୧୯ ଭଳି ଭୟଙ୍କର ଭୂତାଣୁର ଉତ୍ପତ୍ତି ହେବ ବୋଲି ଏକ ଚିନ୍ତାଜନକ ଚେତାବନୀ ଜାରି କରିଛନ୍ତି ‘ବ୍ୟାଟ୍‌ଓମେନ୍‌’ ଭାବେ ଖ୍ୟାତ ଚୀନର ଭାଇରୋଲୋଜିଷ୍ଟ (ଭୂତାଣୁ ବିଶେଷଜ୍ଞ) ସି ଝେଙ୍ଗ୍ଲି।
‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ, ପଶୁମାନଙ୍କ ଠାରୁ, ବି‌ଶେଷ କରି ବାଦୁଡ଼ିଙ୍କଠାରୁ ଉତ୍ପନ୍ନ ହେଉଥିବା ଭୂତାଣୁ ଉପରେ ନିଜ ଗବେଷଣା କାର୍ଯ୍ୟ ପାଇଁ ଚାଇନାର ‘ବ୍ୟାଟ୍‌ଓମେନ୍‌’ ଭାବେ ପରିଚିତି ଲାଭ କରିଥିବା ଚୀନର ଭାଇରୋଲୋଜିଷ୍ଟ ସି ଝେଙ୍ଗ୍ଲି ତାଙ୍କର ଏକ ଗବେଷଣାପତ୍ରରେ ଏନେଇ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଆଉ ଏକ କୋରୋନା ଭୂତାଣୁ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି।

କରୋନା ଭାଇରସ୍‌ ପୂର୍ବରୁ ୨୦୦୩ରେ ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ (ସାର୍ସ) ଏବଂ ୨୦୧୯ରେ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ମହାମାରୀ ସମେତ ୪୦ଟି ଭିନ୍ନ ଭିନ୍ନ କରୋନା ଭାଇରସ୍‌ ପ୍ରଜାତିର ଅନୁଧ୍ୟାନ କରି ମାନବ ସମାଜରେ ଏହାର ସଂକ୍ରମଣ  ବ୍ୟାପିବାର ଆଶଙ୍କା ନେଇ ଆକଳନ କରିଥିଲେ ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ କାର୍ଯ୍ୟରତ ଏହି ବିଶେଷଜ୍ଞ।

ଭାଇରୋଲୋଜିଷ୍ଟ ସି ଝେଙ୍ଗ୍ଲିଙ୍କ ଅନୁସନ୍ଧାନ ଚିନ୍ତାଜନକ। ତାଙ୍କର ଆକଳନ ସୂଚାଉଛି ଯେ ଛଅ ପ୍ରକାରର ଭୂତାଣୁର ଭୟ ରହିଛି।  ଯେଉଁଥିରୁ ଅଧା ପୂର୍ବରୁ ମନୁଷ୍ୟମାନଙ୍କ ଠାରେ ମାରାତ୍ମକ ରୋଗ ସୃଷ୍ଟି କରିଥିଲା, ସେମାନଙ୍କୁ ବଡ଼ ବିପଦ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଅବଶିଷ୍ଟ ୩ ପ୍ରକାର ଅନ୍ୟ ପ୍ରାଣୀ ପ୍ରଜାତିକୁ ସଂକ୍ରମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ କରୋନା ଭାଇରସ୍‌ ପରି ଆଉ ଏକ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି ବୋଲି ଏହି ଗବେଷଣାରେ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe