ନୂଆଦିଲ୍ଲୀ: ଭାରତ ସୀମାକୁ ଲାଗି ରହିଥିବା ଭୁଟାନ୍ର ଅଂଚଳକୁ ହଡ଼ପ କରିନେବା ପାଇଁ ଚୀନ୍ ବିଶାଳ ଷଡ଼ଯନ୍ତ୍ର କରୁଛି। ବିଗତ କିଛି ମାସ ମଧ୍ୟରେ ଚୀନ୍ ଏହି ଅଂଚଳରେ ଗୁପ୍ତରେ ୯ କିମି ଲମ୍ବ ସଡ଼କ ନିର୍ମାଣ କରିବା ସହ ଏକ ଗ୍ରାମ ମଧ୍ୟ ସ୍ଥାପନ କରିଛି। ଡୋକ୍ଲାମ କ୍ଷେତ୍ରକୁ ସଂପୂର୍ଣ୍ଣ ଭାବେ ନିଜର ବୋଲି ଦର୍ଶାଇବା ପାଇଁ ଚୀନ୍ ଏଭଳି ଷଡ଼ଯନ୍ତ୍ର କରିଥିବା ବେଳେ ଏହାକୁ ନେଇ ପୁଣି ଭାରତୀ-ଚୀନ୍ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ଭାରତୀୟ ଅଂଚଳ ଭିତର ଦେଇ ମଧ୍ୟ ଚୀନ୍ ନିର୍ମାଣ ଶ୍ରମିକମାନେ ସେମାନଙ୍କ କାମ କରିବାକୁ ଚାହୁଥିବା ବେଳେ ଭାରତୀୟ ସେନାର ସେମାନଙ୍କୁ ଘଉଡ଼ାଇ ଦେଇଛି। ଚୀନ୍ ନିଜର ବିସ୍ତାରବାଦୀ ଯୋଜନାରେ ଭୁଟାନ୍ର ଅଂଚଳ ଅକ୍ତିଆର କରି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଛି। ଚୀନ୍ର ବୁଲ୍ଡୋଜର ଏବଂ ବିଭିନ୍ନ ଟ୍ରକ୍କୁ ଭାରତୀୟ ଅଂଚଳ ଦେଇ ଯିବାକୁ ଦିଆଯାଇନାହିଁ। ସାମରିକ ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନ୍ ସୈନିକମାନେ ୨୦୧୭ରେ ବିବାଦୀୟ କ୍ଷେତ୍ର ଡୋକ୍ଲାମରୁ ପଛକୁ ହଟିଥିଲେ ମଧ୍ୟ ସେମାନେ ପୁଣି ଧୀରେ ଧୀରେ ଏହି ଅଂଚଳକୁ ଦଖଲ କରିନେବା ପାଇଁ ଯୋଜନା ଜାରି ରଖିଥିଲେ। ଏବେ ଉପଗ୍ରହ ଛବି ମାଧ୍ୟମରେ ଡୋକ୍ଲାମରେ ଚୀନ୍ର ଜବରଦଖଲ ଓ ନିର୍ମାଣ ସଂପର୍କରେ ସ୍ଥିତି ସ୍ପଷ୍ଟ ହୋଇଥିଲେ ମଧ୍ୟ ଭୁଟାନ୍ ଏହାକୁ ଅଣଦେଖା କରୁଥିବାରୁ ଭାରତର ରଣନୀତି କ’ଣ ରହିବ ତାହାକୁ ଅପେକ୍ଷା କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us