ଭାରତ ମହାସାଗରରେ ଖସିଲା ଚୀନ୍‌ର ବୃହତ୍ତମ ରକେଟ୍‌ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’

ଭାରତ ମହାସାଗରରେ ଖସିଲା ଚୀନ୍‌ର ବୃହତ୍ତମ ରକେଟ୍‌ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’

Image Courtesy of Reuters

ନୂଆଦିଲ୍ଲୀ: ରବିବାର ଦିନ ଚୀନ୍‌ର ବୃହତ୍ତମ ରକେଟ୍‌ ୧୮ ଟନ୍‌ ଓଜନବିଶିଷ୍ଟ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ର ଧ୍ବଂସାବଶେଷ ଭାରତ ମହାସାଗର ମଧ୍ୟକୁ ଖସିପଡ଼ିଥିବା କଥା ଚୀନା ରାଷ୍ଟ୍ରାୟତ ଗଣମଧ୍ୟମସୂତ୍ରରୁ ପ୍ରକାଶ। ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ରକେଟ୍‌ର ବହୁ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଥିଲା।

ବେଜିଙ୍ଗ୍ ସମୟ ସକାଳ ୧୦.୨୪ରେ ‘ଲଙ୍ଗ୍‌ ମାର୍ଚ ଫାଇଭ୍‌-ବି’ର ଅଂଶବିଶେଷ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବା ପରେ ପୂର୍ବକୁ ୭୨.୪୭ ଡିଗ୍ରି ଦ୍ରାଘିମା ଓ ଉତ୍ତରକୁ ୨.୬୫ ଡିଗ୍ରି ଅକ୍ଷାଂଶ ମଧ୍ୟସ୍ଥ ସମୁଦ୍ର ଜଳରାଶିରେ ଖସିପଡ଼ିଛି ବୋଲି ‘ଚାଇନା ମ୍ୟାନ୍‌ଡ୍‌ ସ୍ପେସ୍‌ ଇଞ୍ଜିନିୟରିଙ୍ଗ୍‌ ଅଫିସ୍‌’ କହିଥିବା କଥା ଚୀନା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

publive-image Image Courtesy of India Today

ଏହି ରକେଟ୍‌ର ଅଧିକାଂଶ ଉପକରଣ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ପୋଡ଼ି ଧ୍ବଂସ ହୋଇ ଯାଇଥିବା କଥା ମଧ୍ୟ ‘ଚାଇନା ମ୍ୟାନ୍‌ଡ୍‌ ସ୍ପେସ୍‌ ଇଞ୍ଜିନିୟରିଙ୍ଗ୍‌ ଅଫିସ୍‌’ କହିଛି। ମାଳଦ୍ବୀପପୁଞ୍ଜର ପଶ୍ଚିମ ପାଖ ସମୁଦ୍ରରେ ଏହି ରକେଟ୍‌ ଖସି ପଡ଼ିବାର ପ୍ରଭାବ ବି ଅନୁଭୂତ ହୋଇଛି।

ସମୁଦ୍ରର ଠିକ୍‌ କେଉଁ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି ଏବଂ କେତେ ଅଞ୍ଚଳ ପର୍ଯ୍ୟନ୍ତ ରକେଟ୍‌ର ଭଗ୍ନାବଶେଷ ପଡ଼ିଛି ତାହା ପ୍ରକାଶ କରାଯିବ ନାହିଁ ବୋଲି ଏହି ରକେଟ୍‌କୁ ‘ଟ୍ରାକିଙ୍ଗ୍‌’ କରୁଥିବା ‘ୟୁ.ଏସ୍‌. ସ୍ପେସ୍‌ କମାଣ୍ଡ୍‌’ ତା’ର ୱେବ୍‌ସାଇଟ୍‌ରେ ଏକ ବିବୃତି ଦେଇ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe