ଚୀନ୍‌ର ଦାବି: କରୋନା ଭୂତାଣୁ ବିଶ୍ବର ବିଭିନ୍ନ ଅଞ୍ଚଳରେ ବ୍ୟାପିଥିଲେ ମଧ୍ୟ ଆମେ ପ୍ରଥମେ ସୂଚନା ଦେଲୁ

ପୁରୀରେ ବିଗିଡ଼ିପାରେ କରୋନା ସ୍ଥିତି, ଆର୍‌-ଭାଲ୍ୟୁ ୨ ନିକଟତର 

technologynetworks.com

ବେଜିଂ : ଚୀନ୍‌ ଏକ ଅଜବ ଯୁକ୍ତି ଉପସ୍ଥାପନ କରିଛି। ଚୀନ୍‌ କହିଛି, ଗତବର୍ଷ ବିଶ୍ବର ବିଭିନ୍ନ ଅଞ୍ଚଳରେ କରୋନା ବ୍ୟାପିଥିଲେ ମଧ୍ୟ ଆମେ ପ୍ରଥମେ ଏ ନେଇ ବିଶ୍ବକୁ ଜଣାଇଲୁ। ଉହାନ୍‌ରେ କରୋନା ବ୍ୟାପିବା ଖବର ପ୍ରଥମେ ଚୀନ୍‌ ବିଶ୍ବକୁ ଜଣାଇଲା ବୋଲି ଚୀନ୍‌ ଦାବି କରିଛି। ଅପରପକ୍ଷେ, କରୋନା ଭୂତା‌ଣୁକୁ ଆମେରିକା ଚୀନ୍‌ ଭୂତାଣୁ ବୋଲି କହିଆସୁଛି। ଉହାନ୍‌ର ମାଂସ ବଜାରରୁ କରୋନା ବ୍ୟାପିଛି ବୋଲି ଆମେରିକା ବାରମ୍ବାର କହିଛି। କିନ୍ତୁ ଆମେରିକାର ଏହି ଦାବିକୁ ଚୀନ୍‌ ଅସ୍ବୀକାର କରିବା ସହ ଗତବର୍ଷ ଆମେରିକା ସମେତ ବିଶ୍ବର ଅନ୍ୟାନ୍ୟ ଅଞ୍ଚଳରେ ବି କରୋନା ବ୍ୟାପିଥିଲା। ବରଂ ଚୀନ୍‌ ପ୍ରଥମେ ଏ ଭୂତାଣୁ ନେଇ ସମଗ୍ର ବିଶ୍ବକୁ ଜଣାଇଥିଲା ବୋଲି ଚୀନ୍‌ କହିଛି। କରୋନା ବିଶ୍ବରେ ଦେଖାଦେଇଥିବା ଏକ ନୂତନ ଭୂତାଣୁ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ବ୍ୟାପିଥିଲା। ମାତ୍ର ଚୀନ୍‌ ପ୍ରଥମେ ଏ ସମ୍ପର୍କରେ ବିଶ୍ବକୁ ସୂଚନା ଦେଲା ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନିଂ କହିଛନ୍ତି। କିନ୍ତୁ ହୁଆ ଚୁନିଂଙ୍କ ଏଭଳି ଯୁକ୍ତିକୁ ଆମେରିକା ବିଦେଶ ସଚିବ ମାଇକ୍‌ ପୋମ୍ପିଓ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe