ଚୀନ୍ କୋଭିଡ୍ ମୃତ୍ୟୁର ଚିତ୍ର ଅସ୍ପଷ୍ଟ: ତଥ୍ୟ ପ୍ରକାଶ ବ୍ୟବସ୍ଥା ବନ୍ଦ କଲେ ସରକାର

Advertisment
ଚୀନ୍ କୋଭିଡ୍ ମୃତ୍ୟୁର ଚିତ୍ର ଅସ୍ପଷ୍ଟ: ତଥ୍ୟ ପ୍ରକାଶ ବ୍ୟବସ୍ଥା ବନ୍ଦ କଲେ ସରକାର

ବେଜିଂ : ଚୀନ୍‌ରେ କୋଭିଡ୍ ମହାମାରୀ ଭୟଙ୍କର ଅବସ୍ଥା ସୃଷ୍ଟି କରିଥିବା ବେଳେ ଦେଶର ସରକାରୀ ତଥ୍ୟ କିନ୍ତୁ ଭିନ୍ନ କଥା କହୁଛି। ସବୁ ଡାକ୍ତରଖାନାର ସମସ୍ତ ଆଇସିୟୁ (ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍) ଭର୍ତ୍ତି ହୋଇଯାଇଥିବା ବେଳେ ଶବଦାହ ଗୃହଗୁଡ଼ିକରେ ଧାଡ଼ି ଲାଗୁଛି। କିନ୍ତୁ ଦୈନିକ କୋଭିଡ୍ ସଂକ୍ରମଣର ତଥ୍ୟ ପ୍ରକାଶ କରୁଥିବା ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନ୍‌ଏଚ୍‌ସି) ରବିବାରଠାରୁ ତଥ୍ୟ ଦେବାକୁ ମନା କରିଦେଇଛି। ଏନ୍‌ଏଚ୍‌ସି କହିଛି ଯେ ରେଫରେନ୍ସ ଓ ରିସର୍ଚ୍ଚ ନିମନ୍ତେ ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଓ ପ୍ରିଭେନ୍ସନ ପକ୍ଷରୁ ଆବଶ୍ୟକ କୋଭିଡ୍ ତଥ୍ୟ ପ୍ରକାଶ କରାଯିବ।

ଚୀନ୍‌ରେ କଟକଣା କୋହଳ କରାଯିବା ପରେ ସଂକ୍ରମଣରେ ଯେଉଁ ବୃଦ୍ଧି ଘଟିଛି ସେ ତୁଳନାରେ ଚୀନ୍ ସରକାର ଏ ଯାବତ୍ ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି ତାହା ବିଶ୍ବାସଯୋଗ୍ୟ ନୁହେଁ। ଶୁକ୍ରବାର ଏନ୍‌ଏଚ୍‌ସି କହିଛି ଯେ ଡିସେମ୍ବର ୨୨ରେ କୌଣସି ନୂଆ କୋଭିଡ୍ ମୃତ୍ୟୁ ରେକର୍ଡ କରାଯାଇ ନାହିଁ। ତା’ ପୂର୍ବଦିନ ବି ମୃତ୍ୟୁସଂଖ୍ୟା ଶୂନ୍ୟ ଥିଲା। ଡିସେମ୍ବର ୨୨ରେ ୩,୭୬୧ଟି ନୂଆ ଲକ୍ଷଣଯୁକ୍ତ ସଂକ୍ରମଣ ପଞ୍ଜୀକୃତ ହୋଇଥିଲା। ତା’ ପୂର୍ବଦିନ ଏହି ସଂଖ୍ୟା ଥିଲା ୩,୦୩୦।
ସରକାର ଲୁଚାଉଥିଲେ ବି ଲିକ୍ ହୋଇଥିବା ତଥ୍ୟ ଅନୁଯାୟୀ ଡିସେମ୍ବର ମାସର ପ୍ରଥମ ୨୦ ଦିନ ଭିତରେ ଦେଶର ୧୭.୫୬ ପ୍ରତିଶତ ଅର୍ଥାତ୍ ୨୪୮ ନିୟୁତ ଲୋକ ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ୩୭ ନିୟୁତ ମାମଲା ରେକର୍ଡ କରାଯାଇଥିଲା। ବେଜିଂର ଆଇସିୟୁଗୁଡ଼ିକରେ ରୋଗୀ ଜାଗା ଧରୁ ନ ଥିବା ବେଳେ ଚୀନ୍‌ରେ ମହାମାରୀ ଚରମରେ ପହଞ୍ଚିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe