Image Courtesy of Reuters
ୱାସିଂଟନ୍: ଇରାନ୍ରେ ଚୀନ୍ର ପ୍ରବେଶ ମଧ୍ୟପ୍ରାଚ୍ୟକୁ ଅସ୍ଥିର କରିବ ବୋଲି ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି।
ସେ କହିଛନ୍ତି, ଚୀନ୍ର ଇରାନ୍ ପ୍ରବେଶ ମଧ୍ୟପ୍ରାଚ୍ୟକୁ ଅସ୍ଥିର କରିବ। ଇରାନ୍ ବିଶ୍ବର ସର୍ବବୃହତ୍ ଆତଙ୍କବାଦୀ ପ୍ରାୟୋଜକ। ଚୀନ୍ର କମ୍ୟୁନିଷ୍ଟ୍ ପାର୍ଟିରୁ ପ୍ରେରିତ ମିସାଇଲ୍, ବାଣିଜ୍ୟ ଏବଂ ଅର୍ଥ ପାଇଲେ ଇରାନ୍ ସେ ଅଞ୍ଚଳର ବିପଦକୁ ଅଧିକ ଜଟିଳ କରିବ।
ସଚିବ ପମ୍ପିଓ ଆହୁରି କହିଲେ ଯେ, ପରିସ୍ଥିତି ଓଲଟୁଛି। ସମଗ୍ର ବିଶ୍ବରେ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ବିପଦ ସ୍ପଷ୍ଟତର ହେଉଛି। ଆମ ସ୍ବାଧୀନତା ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ଲାଗି ସମଭାବାପନ୍ନ ଦେଶମାନେ ପୁନଃଭାରସାମ୍ୟ ରକ୍ଷା କରି ଚୀନ୍କୁ ଅଗ୍ରାହ୍ୟ କରିବାକୁ ଏକତ୍ର ହେଲେଣି।
ସେ ପୁଣି ମଧ୍ୟ କହିଛନ୍ତି ଯେ, ହଙ୍ଗ୍ କଙ୍ଗ୍ରେ ଗଣତନ୍ତ୍ର ସମର୍ଥକଙ୍କୁ ଗିରଫ ଏବଂ ଜିନ୍ଜିଆଙ୍ଗ୍ରେ ମୁସଲମାନ ସଂଖ୍ୟାଲଘୁଙ୍କୁ ନିୟନ୍ତ୍ରଣ କରିବା ସମତେ ନିଜ ନାଗରିକମାନଙ୍କ ଉପରେ ଚାପ ପକାଇ ଅକ୍ତିଆର କରିବା ଭଳି ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଅନେକ ଉଦାହରଣ ବିଶ୍ବ ଦେଖିଛି। ଏ ସବୁ କାର୍ଯ୍ୟ ଥରକରେ ସରିନାହିଁ।
ଏହା ବ୍ୟତିରେକେ ପମ୍ପିଓ ଆମେରିକୀୟମାନଙ୍କୁ କହିଛନ୍ତି କି, ସେମାନେ ଚୀନ୍ କିଂବା ଚୀନ୍ର କୌଣସି ସ୍ଥାନକୁ ଗଲେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ।
Follow Us