ଚୀନ୍‌ର ପ୍ରଥମ କରୋନା ଟିକା ୯୯% ସଫଳ

Advertisment
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବି ଟାଳିଦେଲେ : ଦିନକୁ ୧୫ ହଜାର କହିଥିଲେ, ୫ ହଜାର ଟେଷ୍ଟ ହେଉନି

Romania Insider

ନୂଆଦିଲ୍ଲୀ: ଚୀନ୍‌ର ପ୍ରମୁଖ ଭେଷଜ କମ୍ପାନି ସିନୋଭାକ୍ ବାୟୋଟେକ୍ ଲି. ପକ୍ଷରୁ ବିକଶିତ ହେଉଥିବା ଦେଶର ପ୍ରଥମ କରୋନା ଟିକାର ପ୍ରାଥମିକ ପରୀକ୍ଷଣ ୯୯ ପ୍ରତିଶତ ସଫଳ ହୋଇଥିବା କମ୍ପାନି ଦାବି କରିଛି। 'କରୋନାଭାକ୍' ନାମକ ଏହି ଟିକା ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ର ମୁକାବିଲା ପାଇଁ ଆଶାଜନକ ଭାବେ ସଫଳ ହେବା ନେଇ ଚିକିତ୍ସା ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି।

କମ୍ପାନି ଏବେ ଏକ ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ଉକ୍ତ ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାନିରୀକ୍ଷା ଆରମ୍ଭ କରିଛିା ପ୍ରାଥମିକ ପର୍ଯ୍ୟାୟରେ ପଶୁଙ୍କ ଠାରେ ଏହାର ନୈଦାନିକ ପରୀକ୍ଷଣ ସ୍ବରୂପ ରିଜସ୍‌ ମାକାକ୍ସ ନାମକ ଏକପ୍ରକାର ଭାରତୀୟ ପ୍ରଜାତିର ମାଙ୍କଡ଼ଙ୍କ ଠାରେ ପ୍ରୟୋଗ କରି ଆଶାତୀତ ସଫଳତା ଲାଭ କରିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ସଫଳତା ଦୋହରାଇବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe