Image Courtesy of Hindustan Times
ନୂଆଦିଲ୍ଲୀ: ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା କରିବାକୁ ଚୀନ୍ ଷ୍ଟେଟ୍ କାଉନ୍ସିଲର ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ବୁଧବାର ସନ୍ଧ୍ୟାରେ ମସ୍କୋରେ ପହଞ୍ଚିବେ। ସେପ୍ଟେମ୍ବର ୧୦ ତାରିଖ ଦିନ ଦୁଇ ନେତା ଲଦାଖ ବିବାଦ ସମାଧାନର ଉପାୟ ବିଷୟରେ ଆଲୋଚନା କରିବେ। ରୁଷିଆନ୍ ଫେଡେରେସନ୍ ଆୟୋଜନ କରିଥିବା ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ ଯୋଗ ଦେବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ମଙ୍ଗଳବାର ସନ୍ଧ୍ୟାରେ ମସ୍କୋରେ ପହଞ୍ଚିବେ।
Image Courtesy of The Printଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଉକ୍ତ ମଞ୍ଚରେ ସେପ୍ଟେମ୍ବର ୫ ତାରିଖ ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ୱେଇ ଫେଙ୍ଘେଙ୍କୁ ଭେଟିଥିଲେ ମଧ୍ୟ ଆଲୋଚନା ଫଳପ୍ରଦ ହୋଇ ନ ଥିଲା। ଉଭୟ ପକ୍ଷ କେବଳ ସେମାନଙ୍କର ଔପଚାରିକ ସ୍ଥିତି ପ୍ରସଙ୍ଗ ଜଣାଇଥିଲେ।
ସେପ୍ଟେମ୍ବର ୧୦ ତାରିଖ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷଙ୍କୁ ୩୪୮୮ କିଲୋମିଟର୍ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅତୀତ ରାଜିନାମା ପ୍ରଣୟନପୂର୍ବକ ସର୍ବନିମ୍ନ ସୈନ୍ୟ ମୁତୟନ କରିବା କଥା ସ୍ମରଣ କରାଇଦେବେ। ପାଙ୍ଗୋଙ୍ଗ୍ ସୋ ହ୍ରଦର ଉତ୍ତରକୂଳ ଅନ୍ତର୍ଗତ ଗୋରା-ହଟ୍ ସ୍ପ୍ରିଙ୍ଗ୍ସ୍, ଫିଙ୍ଗର ୪ରେ ପିପୁଲ୍ସ ଲିବରେସନ୍ ଆର୍ମିର ସୈନ୍ୟମାନେ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣନ୍ତୁ ବୋଲି ମଧ୍ୟ ସେ ଦାବି କରିବେ।
Follow Us