ଶ୍ରୀଲଙ୍କାମୁହାଁ ଚୀନ୍‌ର ବିଶାଳ ଜାହାଜ; ଭାରତର ସତର୍କ ନଜର

Advertisment
ଶ୍ରୀଲଙ୍କାମୁହାଁ ଚୀନ୍‌ର ବିଶାଳ ଜାହାଜ; ଭାରତର ସତର୍କ ନଜର

ନୂଆଦିଲ୍ଲୀ: ଚୀନ୍‌ର ଏକ ବିଶାଳ ଜାହାଜ ଏବେ ଶ୍ରୀଲଙ୍କା ମୁହାଁ ହୋଇଛି। ଆସନ୍ତା ଅଗଷ୍ଟ ୧୧ରେ ଦକ୍ଷିଣ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଚୀନ୍‌ର ଏକ ବିଶାାଳ ଗବେଷଣା ଜାହାଜ ପହଞ୍ଚିବ। ଭାରତ ଏଥିପାଇଁ ଚିନ୍ତା ପ୍ରକଟ କରିଛି ଏବଂ ଏଦିଗରେ ସତର୍କ ନଜର ରଖିଛି। ଚୀନ୍‌ ଦ୍ବାରା ପରିଚାଳିତ ଏହି ବନ୍ଦରରେ ଚୀନ୍‌ ସାମରିକ ପ୍ରତିଷ୍ଠାନ ଯାଞ୍ଚ କରିପାରୁଥିବା ଜାହାଜ ମୁ୍ତୟନ କରିବ। ତେଣୁ ଭାରତ ଏଥିପାଇଁ ଚିନ୍ତା ପ୍ରକଟ କରିଛି। ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ନେଲ ନଳିନ ହେରାଥ କହିଛନ୍ତି, ଶ୍ରୀଲଙ୍କା ଭାରତର ଚିନ୍ତାକୁ ବୁଝିପାରୁଛି କିନ୍ତୁ ଏହା ଏକ ରୁଟିନ କାର୍ଯ୍ୟକ୍ରମ। ଭାରତ, ଚୀନ୍‌, ରୁଷ, ଜାପାନ, ମାଲେସିଆର ଜାହାଜଗୁଡ଼ିକ ପାଇଁ ବିଭିନ୍ନ ସମୟରେ ଅନୁରୋଧ କରାଯାଇଥାଏ ତେଣୁ ଆମେ ଚୀନ୍‌କୁ ଅନୁମତି ଦେଇଛୁ। କେବଳ ପରମାଣୁ ଶକ୍ତି ସମ୍ପନ୍ନ ଜାହାଜକୁ ଆମେ ଅନୁମତି ଦେଇନଥାଉ ବୋଲି ଶ୍ରୀଲଙ୍କା କହିଛି। ଚୀନ୍‌ ଜାହାଜ ଉଆନ ୱାଙ୍ଗ ୫ ହମ୍ବନତୋଟା ବନ୍ଦରରେ ଲାଗିବାପାଇଁ ଶ୍ରୀଲଙ୍କାଠାରୁ ଅନୁମତି ମାଗିଥିଲା। ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଚୀନ୍‌ ଜାହାଜ ଶ୍ରୀଲଙ୍କା ବନ୍ଦରରେ ରହିବ। ଭାରତ ମହାସାଗରରେ ସର୍ଭେଲାନ୍ସ ଏବଂ ଦିଗ ନିରୂପଣ ପାଇଁ ଚୀନ୍‌ ଏହି ଜାହାଜ ପଠାଇଛି ବୋଲି ହେରାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe