ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ବିଶାଳ ସମରାଭ୍ୟାସ

Advertisment
ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ବିଶାଳ ସମରାଭ୍ୟାସ

wsj.com

ନୂଆଦିଲ୍ଲୀ : ଚୀନ୍‌-ଆମେରିକା ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଘନିଭୂତ ହୋଇଥିବା ବେଳେ ଏବେ ପୁଣି ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ବଡ଼ ଧରଣର ସମରାଭ୍ୟାସ ଏହି ବିବାଦକୁ ଆହୁରି ବଢ଼ାଇ ଦେଇପାରେ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଗୁଆଙ୍ଗଡଙ୍ଗ୍‌ ପ୍ରଦେଶର ଲେଝୋ ଉପଦ୍ବୀପରେ ଚୀନ୍‌ ଆଜି ଲାଇଭ୍‌ ସମରାଭ୍ୟାସ କରିଛି। ଏହା ଦକ୍ଷିଣ ଚୀନ୍‌ ସାଗରକୁ ପ୍ରବେଶପଥ।

ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ପିଏଲ୍‌ଏ ବାୟୁ ସେନା ଦ୍ବାରା ଜାହାଜ ବି‌ରୋଧୀ ଏବଂ ବିମାନ ବିରୋଧୀ ଅଭ୍ୟାସ କରାଯିବ। ପିଏଲ୍‌ଏର ନୌସେନା ଏବଂ ରକେଟ୍‌ ବାହିନୀ ମଧ୍ୟ ଏହି ସମରାଭ୍ୟାସରେ ଯୋଗ ଦେବେ। ତେବେ ଦକ୍ଷିଣ ଚୀନ୍‌ ସାଗର ବିବାଦ ଏବଂ ତାଇୱାନ୍‌କୁ ୱାସିଂଟନ୍‌ର ଅସ୍ତ୍ର ବିକ୍ରି ପ୍ରସଙ୍ଗକୁ ନେ ଚୀନ୍‌ ଏବଂ ଆମେରିକା ମଧ୍ୟରେ ବିଶୃଙ୍ଖଳା ଲାଗି ରହିଥିବାବେଳେ ଏଭଳି ସ୍ଥିତିରେ ଏହି ସମରାଭ୍ୟାସ ଆହୁରି ଅଧିକ ବିବାଦ ବଢ଼ାଇବ ବୋଲି କୁହାଯାଉଛି। ତେବେ ଏହି ସମରାଭ୍ୟାସର କୌଣସି ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ପିଏଲ୍‌ଏ ପକ୍ଷରୁ କିଛି କୁହାଯାଇନି। ପିଏଲ୍ଏର ଜାହାଜ ବିଧ୍ବଂସୀ ସମରାଭ୍ୟାସରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। କ୍ରୁଜ୍‌ ମିସାଇଲ୍‌ ମଧ୍ୟ ୩୦୦ରୁ ୪୦୦ କିମି ଦୂରରୁ ଲକ୍ଷ୍ୟଭେଦ କରିପାରିବ। ଚଳିତ ମାସ ଆରମ୍ଭ‌ରେ ମଧ୍ୟ ଚୀନ୍‌ର ବାୟୁସେନା ଲାଇଭ୍‌ ସମରାଭ୍ୟାସ କରିଥିଲା ଏବଂ ଦକ୍ଷିଣ ଚୀନ୍‌ ସାଗରରେ ଏହାର ଏକ ଘାଟିକୁ ଅଧିକ ଯୁଦ୍ଧ ବିମାନ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe