Image Courtesy of Zee News
ବେଜିଙ୍ଗ୍: ଗୋଟିଏ ‘କ୍ୟାରିୟର୍ କିଲର୍’ କ୍ଷେପଣାସ୍ତ୍ର ସମେତ ଚୀନ୍ ସେନା ଦକ୍ଷିଣ ଚୀନ୍ ସାଗର ମଧ୍ୟକୁ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଗୁରୁବାର ଦିନ ଏକ ସମ୍ବାଦପତ୍ର ରିପୋର୍ଟ କରିଛି। ସାମରିକ ସମୀକ୍ଷକମାନେ କହନ୍ତି କି, ଯୁକ୍ତରାଷ୍ଟ୍ର ଆମେରିକା ସେନାକୁ ଆକ୍ରମଣ କରିବାକୁ ଚୀନ୍ ‘କ୍ୟାରିୟର୍ କିଲର୍’ କ୍ଷେପଣାସ୍ତ୍ର ବିକଶିତ କରିଛି।
ହଙ୍ଗ୍ କଙ୍ଗ୍ର ‘ଦି ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ୍’ ଖବର କାଗଜ ରିପୋର୍ଟ କରିଛି ଯେ, ବୁଧବାର ଦିନ ‘ଡିଏଫ୍-୨୬ବି’ ଏବଂ ‘ଡିଏଫ୍-୨୧ଡି’ କ୍ଷେପଣାସ୍ତ୍ର ଦକ୍ଷିଣ ଦ୍ବୀପ ପ୍ରଦେଶ ହୈନାନ୍ ଏବଂ ପାର୍ସଲ୍ ଦ୍ବୀପ ମଧ୍ୟସ୍ଥ ଏକ ଅଞ୍ଚଳକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଛି।
Image Courtesy of DeccanHeraldକିନ୍ତୁ, ବେଜିଙ୍ଗ୍ସ୍ଥିତ ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ସୁନିଶ୍ଚିତ କରାଇ ହଠାତ୍ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ବୁଧବାର ଦିନ ଦକ୍ଷିଣ ଚୀନ୍ ସାଗରର ଉତ୍ତର ଉପକୂଳରେ ସମରାଭ୍ୟାସ ଚଳାଇଥିବା ବେଳେ ଆମେରିକାର ଏକ ‘ୟୁଟୁ ସ୍ପାଇ ପ୍ଲେନ୍’ ବେଜିଙ୍ଗ୍ ଘୋଷିତ ‘ନୋ ଫ୍ଲାଇ ଜୋନ୍’ ମଧ୍ୟକୁ ପଶି ଆସିଥିଲା। ଏଥିପାଇଁ ଚୀନ୍ ‘କିଲର୍ କ୍ୟାରିୟର୍’ ନିକ୍ଷେପ କରିଥାଇ ପାରେ। ‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ୍’ ଅନୁସାରେ, ‘ଡିଏଫ୍-୨୬ବି’ ଉତ୍ତର-ପଶ୍ଚିମ ପ୍ରଦେଶ କିଙ୍ଘାଇରୁ ନିକ୍ଷେପ କରାଯାଇଥିବା ବେଳେ ‘ଡିଏଫ୍-୨୧ଡି’ ପୂର୍ବତଟସ୍ଥିତ ସାଙ୍ଘାଇର ଦକ୍ଷିଣରେ ଅବସ୍ଥିତ ଝେଜିଆଙ୍ଗ୍ ପ୍ରଦେଶରୁ ନିକ୍ଷେପ କରାଯାଇଛି।
Follow Us