କୋଭିଡ୍‌ ପାଇଁ ଚୀନ୍‌ର ନାକବୁନ୍ଦା ଟିକା

Advertisment
କୋଭିଡ୍‌ ପାଇଁ ଚୀନ୍‌ର ନାକବୁନ୍ଦା ଟିକା

Business Line

ବେଜିଂ : ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଚୀନ୍‌ ବିଶ୍ବର ପ୍ରଥମ ନାକ ବୁନ୍ଦା ଟିକା ବିକଶିତ କରୁଥିବା ଗୁରୁବାର ଘୋଷଣା କରିଛି। ଆସନ୍ତା ନଭେମ୍ବର ମାସରେ ଏହାର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆରମ୍ଭ ହେବ ଏବଂ ଏଥିପାଇଁ ଶହେ ଜଣ ସ୍ବେଚ୍ଛାସେବୀଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି। ସାଧାରଣତଃ କୋଭିଡ୍‌ ପାଇଁ ସମ୍ପ୍ରତି ବିକଶିତ ହୋଇଥିବା ୧୮୦ରୁ ଅଧିକ ବିଭିନ୍ନ ପ୍ରକାର ଟିକା ଇଞ୍ଜେକ୍ସନ ଦ୍ବାରା ପୀଡ଼ିତଙ୍କ ଠାରେ ପ୍ରୟୋଗ କରାଯିବାକୁ ଥିବା ବେଳେ ଏହି ନୂତନ ଚୀନ ଟିକାର କିଛି ବୁନ୍ଦା ନାକରେ ପକାଯିବ ବୋଲି ଜଣାଯାଇଛି। ହଂକଂ ବିଶ୍ବବିଦ୍ୟାଳୟ ଓସିଆମେନ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ବେଜିଂ ଵାଣ୍ଟାଲ ବାୟୋଲୋଜିକାଲ ଫାର୍ମ ଦ୍ବାରା ପ୍ରସ୍ତୁତ ଏ ପ୍ରକାର ସ୍ବତନ୍ତ୍ର ଶୈଳୀ ଟିକାର ନୈଦାନିକ ପରୀକ୍ଷଣ ପାଇଁ ଚୀନ୍‌ର ଜାତୀୟ ଭେଷଜ ଉତ୍ପାଦ ପ୍ରଶାସନ ଅନୁମତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe