Image Courtesy of India Today
ନୂଆଦିଲ୍ଲୀ: ସପ୍ତାହକ ପରେ ଅରୁଣାଚଳ ପ୍ରଦେଶର ଅପହୃତ ୧୭ ବର୍ଷୀୟ ତରୁଣ ମିରମ୍ ତାରୋନ୍ଙ୍କୁ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ଭାରତୀୟ ସେନାକୁ ହସ୍ତାନ୍ତର କରିଛି।
ତାଙ୍କର ଡାକ୍ତରୀ ପରୀକ୍ଷା ସମେତ ବିହିତ ପ୍ରକ୍ରିୟା ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଆଜି କହିଛନ୍ତି।
ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲା ଅନ୍ତର୍ଗତ ଲୁଙ୍ଗଟା ଜୋର ଅଞ୍ଚଳର ୧୭ ବର୍ଷିୟ ମିରାମ୍ ତାରୋନ୍ ଜାନୁଆରି ୧୮ ତାରିଖ ମଙ୍ଗଳବାର ଦିନ ନିରୁଦ୍ଦିଷ୍ଟ ହୋଇଯାଇଥିବା ରିପୋର୍ଟ ହୋଇଥିଲା।
 Image Courtesy of India Todayଅରୁଣାଚଳ ସାଂସଦ ତାପିର ଗାଓ ଅଭିଯୋଗ କରିଥିଲେ ଯେ, ମିରାମ୍ ତାରୋନ୍ଙ୍କୁ ଭାରତୀୟ ଅଞ୍ଚଳରୁ ‘ପିଏଲ୍ଏ’ ଅପହରଣ କରି ନେଇଛନ୍ତି। ସୂଚନା ପାଇବାକ୍ଷଣି ଭାରତୀୟ ସେନା ଅବିଳମ୍ବେ ହଟ୍ଲାଇନ୍ ଯୋଗେ ‘ପିଏଲ୍ଏ’ ଜରିଆରେ ଯୋଗଯୋଗ କରି ଜଣାଇଥିଲେ କି, ଚେରମୂଳି ଏବଂ ଶିକାର କରୁଥିବା ତରୁଣଟିଏ ବାଟବଣା ହୋଇଯାଇଛି। ତା’ର ସନ୍ଧାନ ମିଳୁନାହିଁ। ଚୀନ୍ ପାର୍ଶ୍ବ ଅଞ୍ଚଳରେ ତାକୁ ଖୋଜାଖୋଜି କରି ଠାବ କରିବା ପାଇଁ ‘ପିଏଲ୍ଏ’ର ସାହାଯ୍ୟ ଲୋଡ଼ାଯାଇଥିଲା।
ନିରୁଦ୍ଦିଷ୍ଟ ହୋଇଯାଇଥିବା ଅରୁଣାଚଳ ପ୍ରଦେଶର ତରୁଣଙ୍କୁ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ପାଇଥିବା କଥା ୨୩ ତାରିଖ ଦିନ ଭାରତୀୟ ସେନା କହିଥିଲା।
ଏ ସଂକ୍ରାନ୍ତରେ ତେଜପୁର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ହର୍ଷବର୍ଦ୍ଧନ ପାଣ୍ଡେ ଦେଇଥିବା ବିବୃତିରେ କହିଥିଲେ, ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ତରୁଣକୁ ସେମାନେ ପାଇଛନ୍ତି ଏବଂ ବିହିତ ପ୍ରକ୍ରିୟା ଚାଲିଛି ବୋଲି ଚୀନ୍ ସେନା ଆମକୁ ଜଣାଇଛି।
  
 Follow Us