ଅପହୃତ ଅରୁଣାଚଳ ତରୁଣର ସନ୍ଧାନ ପାଇଛି ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’: ଭାରତୀୟ ସେନା

ଅପହୃତ ଅରୁଣାଚଳ ତରୁଣର ସନ୍ଧାନ ପାଇଛି ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’: ଭାରତୀୟ ସେନା

Image Courtesy of India Today

ନୂଆଦିଲ୍ଲୀ: ନିଜ ଗାଁରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ଅରୁଣାଚଳ ପ୍ରଦେଶର ତରୁଣଙ୍କୁ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ (ପିଏଲ୍‌ଏ) ପାଇଥିବା କଥା ଆଜି ଭାରତୀୟ ସେନା କହିଛି।

ଏ ସଂକ୍ରାନ୍ତରେ ତେଜପୁର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ହର୍ଷବର୍ଦ୍ଧନ ପାଣ୍ଡେ ଦେଇଥିବା ବିବୃତିରେ କହିଛନ୍ତି, ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ତରୁଣକୁ ସେମାନେ ପାଇଛନ୍ତି ଏବଂ ବିହିତ ପ୍ରକ୍ରିୟା ଚାଲିଛି ବୋଲି ଚୀନ୍‌ ସେନା ଆମକୁ ଜଣାଇଛି।

publive-image Image Courtesy of Rediff

ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲା ଅନ୍ତର୍ଗତ ଲୁଙ୍ଗଟା ଜୋର ଅଞ୍ଚଳର ୧୭ ବର୍ଷିୟ ମିରାମ୍‌ ତାରୋନ୍‌ ଜାନୁଆରି ୧୮ ତାରିଖ ମଙ୍ଗଳବାର ଦିନ ନିରୁଦ୍ଦିଷ୍ଟ ହୋଇଯାଇଥିବା ରିପୋର୍ଟ ହୋଇଥିଲା।

ଅରୁଣାଚଳ ସାଂସଦ ତାପିର ଗାଓ ଅଭିଯୋଗ କରିଥିଲେ ଯେ, ମିରାମ୍‌ ତାରୋନ୍‌ଙ୍କୁ ଭାରତୀୟ ଅଞ୍ଚଳରୁ ‘ପିଏଲ୍‌ଏ’ ଅପହରଣ କରି ନେଇଛନ୍ତି। ସୂଚନା ପାଇବାକ୍ଷଣି ଭାରତୀୟ ସେନା ଅବିଳମ୍ବେ ହଟ୍‌ଲାଇନ୍‌ ଯୋଗେ ‘ପିଏଲ୍‌ଏ’ ଜରିଆରେ ଯୋଗଯୋଗ କରି ଜଣାଇଥିଲେ କି, ଚେରମୂଳି ଏବଂ ଶିକାର କରୁଥିବା ତରୁଣଟିଏ ବାଟବଣା ହୋଇଯାଇଛି। ତା’ର ସନ୍ଧାନ ମିଳୁନାହିଁ। ଚୀନ୍‌ ପାର୍ଶ୍ବ ଅଞ୍ଚଳରେ ତାକୁ ଖୋଜାଖୋଜି କରି ଠାବ କରିବା ପାଇଁ ‘ପିଏଲ୍‌ଏ’ର ସାହାଯ୍ୟ ଲୋଡ଼ାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe