ଚୀନ୍‌ର ‘ଆକ୍ରୋଶମୂଳକ ଆଚରଣ’ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଶାନ୍ତି ଭଙ୍ଗ କରିଛି: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

Advertisment
ଚୀନ୍‌ର ‘ଆକ୍ରୋଶମୂଳକ ଆଚରଣ’ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଶାନ୍ତି ଭଙ୍ଗ କରିଛି: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

Image Courtesy of India Today

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଅଚଳାବସ୍ଥା ପାଇଁ ଗୁରୁବାର ଦିନ ଭାରତ ଚୀନ୍‌କୁ ସମାଲୋଚନା କରି କହିଛି ଯେ, ତା’ର ‘ଆକ୍ରୋଶମୂଳକ ଆଚରଣ’ ଆଚରଣ ହେତୁ ସେଠାକାର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ନଷ୍ଟ ହୋଇଛି।

ସୀମାନ୍ତ ସମସ୍ୟା ପାଇଁ ଭାରତକୁ ଦାୟୀ କରିବାକୁ ଉଦ୍ୟମ କରୁଥିବା ଚୀନ୍‌କୁ ଜବାବ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଉପରୋକ୍ତ କଥା କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ସୂଚନା ଦେଇଛନ୍ତି ଯେ, ସୀମାନ୍ତ ଅଞ୍ଚଳରେ ଚୀନ୍‌ ବିପୁଳସଂଖ୍ୟକ ସେନା ଓ ଅସ୍ତ୍ରଶସ୍ତ୍ର ଏକତ୍ର କରି ଚାଲିବାରୁ ମୁକାବିଲା ପାଇଁ ଭାରତୀୟ ସଶସ୍ତ୍ର ବାହିନୀକୁ ସମୁଚ୍ଚିତ ମୁତୟନ କରିବାକୁ ପଡ଼ିଲା।

ଚୀନ୍‌ର ଅଭିଯୋଗ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି, ଚୀନ୍‌ର ଆକ୍ରୋଶମୂଳକ ଆଚରଣ, ସ୍ଥିତାବସ୍ଥା ପରିବର୍ତ୍ତନ ପାଇଁ ମନମୁଖୀ ଉଦ୍ୟମ ଫଳରେ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଭଙ୍ଗ ହେଲା।

publive-image Image Courtesy of NDTV

ସୂଚନାଯୋଗ୍ୟ, ନୂଆଦିଲ୍ଲୀର ସୀମାନ୍ତ ନୀତି ଏବଂ ଚୀନ୍‌ ସୀମା ମଧ୍ୟକୁ ବେଆଇନ ଅନୁପ୍ରବେଶ ହେଉଛି ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ଓ ଚୀନ୍‌ ମଧ୍ୟରେ ସୃଷ୍ଟ ଉତ୍ତେଜନାର ମୂଳ କାରଣ ବୋଲି ଚୀନା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନ୍‌ୟିଙ୍ଗ୍ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ପୂର୍ବ ଲଦାଖରେ ଭାରତ କମାଣ ମୁତୟନ କରୁଥିବା ରିପୋର୍ଟ ବିଷୟରେ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଲେ, ତାହାହିଁ ଉତ୍ତେଜନାର ମୂଳ କାରଣ।

କିନ୍ତୁ, ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଚୁନ୍‌ୟିଙ୍ଗ୍‌ଙ୍କ ଆକ୍ଷେପକୁ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe