ଚୀନର ନୂଆ ଘାତକ ଅସ୍ତ୍ର : ରୋବୋ କୁକୁର, ଭାରତ ପାଇଁ ହୋଇପାରେ ଚିନ୍ତାର କାରଣ

Advertisment
ଚୀନର ନୂଆ ଘାତକ ଅସ୍ତ୍ର : ରୋବୋ କୁକୁର, ଭାରତ ପାଇଁ ହୋଇପାରେ ଚିନ୍ତାର କାରଣ

ବେଜିଂ : ଚୀନ ପକ୍ଷରୁ ଏକ ରୋବୋ କୁକୁର ତିଆରି କରାଯାଇଛି । ଏହା ଯୁଦ୍ଧ କ୍ଷେତ୍ରରେ ଏକ ସୈନିକ ଭଳି ଯୁଦ୍ଧ କରିପାରିବ । ନିକଟରେ କାମ୍ବୋଡିଆ ସହ ସାମରିକ ଅଭ୍ୟାସ ସମୟରେ ଚୀନସେନା ନିଜର ଏକ ରୋବୋ-କୁକୁରକୁ ବିଶ୍ୱ ସାମ୍ନାକୁ ଆଣିଥିଲା । ଖାସ୍ କଥା ହେଉଛି ଏହି କୁକୁରର ପିଠିରେ ଏକ ସ୍ୱୟଂଚାଳିତ ରାଇଫଲ ଥିଲା, ଯାହା ଆବଶ୍ୟକ ପଡ଼ିଲେ ଯେକୌଣସି ସମୟରେ ଏହାକୁ ଏକ କିଲିଂ ମେସିନ୍ ରେ ପରିଣତ ହୋଇପାରେ। ଭବିଷ୍ୟତରେ ଏହାକୁ ନିଜ ସେନାରେ ସାମିଲ କରିବାକୁ ଚିନ୍ତା କରୁଛି ଚୀନ୍ ।

ଚୀନର ସରକାରୀ ବ୍ରଡକାଷ୍ଟର ସିସିଟିଭି ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଚେନ୍ ୱେଇ ନାମକ ଜଣେ ଚୀନ୍ ସୈନିକ ଏହି ରୋବୋ-କୁକୁରର ବୈଶିଷ୍ଟ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି। "ଶତ୍ରୁକୁ ଚିହ୍ନଟ କରିବା ଏବଂ ଟାର୍ଗେଟ ଉପରେ ଆକ୍ରମଣ କରିବା ପାଇଁ ଆମର ମାନବ ସଦସ୍ୟଙ୍କ ସ୍ଥାନନେଇ ଏହା ଆମର ସହରାଞ୍ଚଳ ଯୁଦ୍ଧ ଅଭିଯାନରେ ଏକ ନୂତନ ସଦସ୍ୟ ଭାବରେ କାର୍ଯ୍ୟ କରିପାରେ," ସେ କହିଛନ୍ତି । ଚାଇନା-କାମ୍ବୋଡିଆ "ଗୋଲଡେନ ଡ୍ରାଗନ୍ ୨୦୨୪" ଅଭ୍ୟାସ ସମୟରେ ପ୍ରସ୍ତୁତ ଦୁଇ ମିନିଟର ଭିଡିଓରେ ଏହି ରୋବୋ-କୁକୁର ଏକ ରିମୋଟ୍ ଅପରେଟରଙ୍କ ନିୟନ୍ତ୍ରଣରେ ଗତି କରୁଥିବା ଦେଖାଯାଇଛି  ଡେଇଁବା, ଶୋଇବା ଏବଂ ପଛକୁ ଯିବା ମଧ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe