କିଏ କହୁଛି ସତ? ଚୀନ୍‌ ସରକାର କହୁଛନ୍ତି କରୋନାରେ ମୃତକଙ୍କ ସଂଖ୍ୟା ୩୦୪ ! କିନ୍ତୁ, ଟେନ୍‌ସେଣ୍ଟ ‘ଏପିଡେମିକ୍‌ ସିଚୁଏସନ୍‌ ଟ୍ରାକର’ କହୁଛି ମୃତ୍ୟୁ ସଂଖ୍ୟା ୨୪,୫୯୮

Advertisment
କିଏ କହୁଛି ସତ? ଚୀନ୍‌ ସରକାର କହୁଛନ୍ତି କରୋନାରେ ମୃତକଙ୍କ ସଂଖ୍ୟା ୩୦୪ ! କିନ୍ତୁ, ଟେନ୍‌ସେଣ୍ଟ ‘ଏପିଡେମିକ୍‌ ସିଚୁଏସନ୍‌ ଟ୍ରାକର’ କହୁଛି ମୃତ୍ୟୁ ସଂଖ୍ୟା ୨୪,୫୯୮

Daily Mail

ବେଜିଂ: ସଂପ୍ରତି ଚୀନ୍‌ରେ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ମୃତକ ଆକ୍ରାନ୍ତଙ୍କ ସଂଖ୍ୟାକୁ କେନ୍ଦ୍ର କରି ଏକ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଚୀନ୍‌ର ଦ୍ୱିତୀୟ ବୃହତ୍ତମ ବହୁ ରାଷ୍ଟ୍ରୀୟ ଆଇଟି କମ୍ପାନି ଟେନ୍‌ସେଣ୍ଟ ନିଜର ‘ଏପିଡେମିକ୍‌ ସିଚୁଏସନ୍‌ ଟ୍ରାକର’ରେ ଲିକ୍‌ ହୋଇଥିବା ଏକ ତଥ୍ୟକୁ ଆଧାର କରି ଚୀନ୍‌ରେ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ମୃତକ ସଂଖ୍ୟା ୨୪,୫୯୮ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୪,୦୨୩ ବୋଲି କହିଛି।

publive-image Daily Mail

ମୃତକଙ୍କ ସଂଖ୍ୟା ଚୀନ୍‌ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସଂଖ୍ୟା ଠାରୁ ୮୦ ଗୁଣ ଅଧିକ। କାରଣ ଚୀନ୍‌ ସରକାର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ମୃତକ ସଂଖ୍ୟା ୩୦୪ ବୋଲି କହୁଥିବା ବେଳେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୪୪୬ ବୋଲି କହିଛନ୍ତି। କେବଳ ମାତ୍ର ଚୀନ୍‌ର ଉହାନ୍‌ରେ ୨୪, ୩୨୪ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଟେନ୍‌ସେଣ୍ଟ ନିଜର ‘ଏପିଡେମିକ୍‌ ସିଚୁଏସନ୍‌ ଟ୍ରାକର’ ରିପୋର୍ଟରେ ପ୍ରକାଶ କରିଛି।

publive-image Daily Mail

କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ମୃତକ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟାକୁ ଦର୍ଶାଇଲେ ଚୀନ୍‌ର କମ୍ୟୁନିଷ୍ଟ ସରକାର ବଦନାମ ହୋଇଯିବାର ଆଶଙ୍କା ରହିଥିବାରୁ ଚୀନ୍‌ ସରକାର ଉଦ୍ଦେଶ୍ୟ ମୂଳକ ଭାବେ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ମୃତକ ସଂଖ୍ୟା ୩୦୪ ବୋଲି କହୁଥିବା ବେଳେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୪୪୬ ବୋଲି କହୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe