Image Courtesy of The Guardian
ୱାସିଂଟନ୍: ଚୀନ୍ ସମ୍ମୁଖୀନ ହେଉଥିବା କୋଭିଡ୍-୧୯ ପରିସ୍ଥିତି ଏବଂ ପ୍ରବଳ ଜନପ୍ରତିବାଦ ସତ୍ତ୍ବେ ଚୀନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ପାଶ୍ଚାତ୍ୟ ରାଷ୍ଟ୍ରରୁ ଟିକା ଗ୍ରହଣ କରିବା ଲାଗି ରାଜି ହେଉ ନ ଥିବା କଥା ଶନିବାର ଦିନ ‘ୟୁଏସ୍ ଡାଇରେକ୍ଟର୍ ଅଫ୍ ନ୍ୟାସ୍ନାଲ୍ ଇଣ୍ଟେଲିଜେନ୍ସ୍’ ଆଭ୍ରିଲ୍ ହେନିଜ୍ କହିଛନ୍ତି।
ଚୀନ୍ରେ ଜନପ୍ରତିବାଦ କମ୍ୟୁନିଷ୍ଟ୍ ପାର୍ଟିର ଶାସନ ପ୍ରତି ବିପଦ ନ ହୋଇଥିଲେ ବି ସି’ଙ୍କ ଖ୍ୟାତି ପ୍ରତି ଅସୁବିଧାର କାରଣ ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଚୀନ୍ରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ସର୍ବକାଳୀନ ରେକର୍ଡ ଅତିକ୍ରମ କରିଥିଲେ ବି ସି’ଙ୍କ ‘ଜିରୋ-କୋଭିଡ୍’ ନୀତି ଆର୍ଥିକ ମାନ୍ଦାବସ୍ଥା ଓ ଜନ ଅସନ୍ତୋଷର କାରଣ ହେବାରୁ ‘ଟେଷ୍ଟିଙ୍ଗ୍’ ଓ ‘କ୍ବାରେଣ୍ଟିନ୍’ କୋହଳ କରିବା ଲାଗି କେତେକ ନଗରୀ ପଦକ୍ଷେପ ଗ୍ରହଣ କରିଛନ୍ତି।
Image Courtesy of NDTVକାଲିଫର୍ଣ୍ଣିଆରେ ବାର୍ଷିକ ‘ରେଗାନ୍ ନ୍ୟାସ୍ନାଲ୍ ଡିଫେନ୍ସ୍ ଫୋରମ୍’ ଭାଷଣ ଦେବା ବେଳେ ହେନିଜ୍ କହିଛନ୍ତି, ଭାଇରସ୍ ସାମାଜିକ ଓ ଆର୍ଥିକ କ୍ଷେତ୍ରକୁ ପ୍ରଭାବିତ କରିବା ସତ୍ତ୍ବେ ପାଶ୍ଚାତ୍ୟ ରାଷ୍ଟ୍ରରୁ ଉନ୍ନତଧରଣର ଟିକା ନେବାକୁ ସି’ ରାଜି ହେଉନାହାନ୍ତି। କିନ୍ତୁ, ‘ଓମିକ୍ରନ୍’ ବିପକ୍ଷରେ ମଧ୍ୟ ଫଳପ୍ରଦ ହେଉ ନ ଥିବା ଚୀନ୍ ପ୍ରସ୍ତୁତ ଟିକା ଉପରେ ଭରସା କରୁଛନ୍ତି।
ଚଳିତ ସପ୍ତାହ ପ୍ରାରମ୍ଭରେ ମଧ୍ୟ ହ୍ବାଇଟ୍ ହାଉସ୍ କହିଥିଲା ଯେ, ଚୀନ୍ ଯୁକ୍ତରାଷ୍ଟ୍ର ଆମେରିକାକୁ ଟିକା ମାଗିନାହିଁ।
ହେନିଜ୍ ଆହୁରି ମଧ୍ୟ କହିଛନ୍ତି, ଏବେ ଚୀନ୍ ପାଶ୍ଚାତ୍ୟ ଟିକାକୁ ଅନୁମୋଦନ କରିବ ବୋଲି ମନେହେଉ ନାହିଁ। ଏହା ଜାତୀୟ ସ୍ବାଭିମାନର କଥା ହୋଇଥିବାରୁ ପାଶ୍ଚାତ୍ୟ ଟିକା ଗ୍ରହଣ କଲେ ଚୀନ୍ର ମର୍ଯ୍ୟାଦାରେ ଆଞ୍ଚ୍ ଆସିବ ବୋଲି ତାଙ୍କର ଧାରଣା।
Follow Us