ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ: ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ଭାରତ

Advertisment
ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ: ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ଭାରତ

ନୂଆଦିଲ୍ଲୀ: ସୀମାନ୍ତରେ ପୁଣି ଥରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।  ଜୁନ ୧୫ପରେ ଏବେ ପୁଣି ଥରେ ଚୀନ ସେନା ସୀମା ଅତିକ୍ରମ କରିବା ପାଇଁ ଉଦ୍ୟମ କରିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଅଗଷ୍ଟ ୨୯-୩୦ ରାତିରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ ବୋଲି ଜଣାପଡ଼ିଛି। ଚୀନ୍ ସେନା ସ୍ଥିତି ପରିବର୍ତ୍ତନ କରିବା ସହ ଉତ୍ତେଜକ ସାମରିକ ଗତିବିଧି ଆରମ୍ଭ କରିଥିଲା, ଯାହାକୁ ଭାରତୀୟ ସେନାର ଯବାନମାନେ ବିରୋଧ କରିଥିଲେ ବୋଲି ପ୍ରକାଶ ପାଇଛି।

ଅଗଷ୍ଟ ୨୯-୩୦ ରାତିରେ ଚୀନର ପିପୁଲସ୍ ଲିବରେସନ୍ ଆର୍ମିର ସୈନିକମାନେ ପୂର୍ବ ବୈଠକରେ ହୋଇଥିବା ଚୁକ୍ତିନାମାକୁ ଭାଙ୍ଗି ପୂର୍ବ ଲଦାଖ ନିକଟରେ ଅନୁପ୍ରବେଶ କରିଥିଲେ ଏବଂ ସ୍ଥିତି ପରିବର୍ତ୍ତନ ପାଇଁ ଉତ୍ତେଜନାମୂଳକ ସାମରିକ ଗତିବିଧି କରିଥିଲେ। ତେବେ ଭାରତୀୟ ଯବାନ ପିଏଲଏ ସୈନିକଙ୍କ ଏଭଳି ପ୍ରୟାସକୁ ବିରୋଧ କରି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଚୀନ୍ ସେନାକୁ ଅନୁପ୍ରବେଶରୁ ନିବୃତ୍ତ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Fresh clashes break out between Indian, Chinese troops in Ladakh's Pangong zeenews

ଭାରତୀୟ ସେନା କଥାବାର୍ତ୍ତା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଏହାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ପ୍ରତିଶ୍ରୁତ ବଦ୍ଧ। ପୂର୍ବରୁ ଭାରତ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ ଚାହୁଥିଲେ ମଧ୍ୟ ଚୀନ୍ ସେନା ‌ଏ ପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର କାମ ଶେ‌ଷ କରିପାରି ନାହିଁ। ପୂର୍ବରୁ ଗଲୱାନରେ ହୋଇଥିବା ସଂଘର୍ଷର ସମାଧାନ ହୋଇ ନଥିବା ବେଳେ ଅଗଷ୍ଟ ୨୯-୩୦ ବହୁ ସଂଖ୍ୟାରେ ସୈନ୍ୟ ନେଇ ପିଏଲଏ ପୁଣି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଭାରତୀୟ ସେନା ଚୀନ୍‌ର ପ୍ରୟାସକୁ ବିଫଳ କରିବା ସହ ସେମାନଙ୍କ ଉଦ୍ଦେଶ୍ୟକୁ ପୂରଣ ହେବାକୁ ଦେଇ ନ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe