ଚୀନ୍‌ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚଳାଇଛନ୍ତି ୧୦୦-୨୦୦ ରାଉଣ୍ଡର ‘ଓ୍ଵାର୍ଣ୍ଣିଂ ସଟସ୍‌’: ରିପୋର୍ଟ

ଚୀନ୍‌ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚଳାଇଛନ୍ତି ୧୦୦-୨୦୦ ରାଉଣ୍ଡର ‘ଓ୍ଵାର୍ଣ୍ଣିଂ ସଟସ୍‌’: ରିପୋର୍ଟ

NewIndianExpress

ନୂଆଦିଲ୍ଲୀ: ଚୀନ୍‌ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତୀୟ ସେନାକୁ ଚେତାବନୀ ଦେବା ଲକ୍ଷ୍ୟରେ ୧୦୦-୨୦୦ ରାଉଣ୍ଡର ‘ଓ୍ଵାର୍ଣ୍ଣିଂ ସଟସ୍‌’ ଚଳାଇଥିବା ଜାଣିବାକୁ ମିଳିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମସ୍କୋରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ପ୍ରସ୍ତାବିତ ଆଲୋଚନା ପୂର୍ବରୁ ଭାରତୀୟ ସୈନ୍ୟମାନଙ୍କୁ ଭୟଭୀତ କରିବା ପାଇଁ ଚୀନ୍‌ ସେନା ଗତ ସପ୍ତାହରେ ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ଫାଙ୍କାରେ ଏହି ‘ଓ୍ଵାର୍ଣ୍ଣିଂ ସଟସ୍‌’ ଚଳାଇଥିଲା। ଏହି ଘଟଣା ଫିଙ୍ଗର ୪ର ରେଜଲାଇନରେ ଘଟଥିଲା। ଯେଉଁଠାରେ ହ୍ରଦର ଦକ୍ଷିଣ କୂଳରେ ଭାରତୀୟ ସେନା ଏହାର ନିୟୋଜନକୁ ଯଥେଷ୍ଟ ବୃଦ୍ଧି କରିଛି ବୋଲି ଚୀନ୍‌ ଅଭିଯୋଗ କରୁଛି।
ସୂତ୍ରରୁ ପ୍ରକାଶ ଯେ ଚୀନ୍‌ର ପିପୁଲ୍‌ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ)ର ବହୁ ସଂଖ୍ୟକ ସୈନ୍ୟ ଆକ୍ରମଣାତ୍ମକ ଭାବରେ ଏହି କାଣ୍ଡ ଭିଆଇ ଥିଲେ। ସେମାନେ ଭାରତୀୟ ସେନା କର୍ମଚାରୀଙ୍କୁ ଭୟଭୀତ କରିବା ପାଇଁ ୧୦୦-୨୦୦ ରାଉଣ୍ଡ ଚେତାବନୀ ଗୁଳି ବା ‘ଓ୍ଵାର୍ଣ୍ଣିଂ ସଟସ୍‌’ ଚଳାଇଥିଲେ।

publive-image OutLookIndia

ଉଲ୍ଲେଖଯୋଗ୍ୟ, ଚୀନ ସେନା ସୀମାରେ ବାରମ୍ବାର ଭାରତୀୟ ଯବାନଙ୍କୁ ଉସକାଇବା ସହିତ ଅନୁପ୍ରବେଶ ଉଦ୍ୟମ ଚଳାଇଛି। ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଏଥିପାଇଁ ଗତ ଜୁନ୍‌ ୧୫ ତାରିଖରେ ଦୁଇ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଚୀନ ସେନା ଗତମାସରେ ଦୁଇ ଦୁଇ ଦୁଇ ଥର ଭାରତର ସୀମାରେ ଅନୁପ୍ରବେଶ କରିଥିଲା। ଏହାକୁ ମଧ୍ୟ ଭାରତୀୟ ସେନା ପଣ୍ଡ କରିଥିଲା। ଏହି ଘଟଣାକୁ ସପ୍ତାହେ ନପୂରୁଣୁ ଚୀନ ସେନା ପୁଣି ସୀମାରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିବା ରିପୋର୍ଟରେ କୁହାଯାଇଛି। ସୂଚନା ମୁତାବକ ଚୀନ ସେନାର ୫୦ ଜଣ ସୈନିକ ପୂର୍ବ ଲଦାଖର ମୁଖପାରି ପର୍ବତ ଶିଖର ନିକଟରେ ଭାରତୀୟ ସେନା ଆଡ଼କୁ ମାଡ଼ି ଆସିଥିଲେ। ଭାରତୀୟ ଯବାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମୁଖପାରି ପର୍ବତ ଶିଖର ଓ ରେକିନ ଲାରୁ ହଟାଇବା ସେମାନଙ୍କ ଉଦ୍ଦେଶ୍ୟ ଥିଲା। ଭାରତୀୟ ଯବାନମାନେ ସେମାନଙ୍କୁ ପ୍ରତିରୋଧ କରିଥିଲେ। ସେହି ସମୟରେ ଭାରତୀୟ ଯବାନଙ୍କୁ ଡରାଇବା ପାଇଁ ଚୀନ ସେନା ଏହି ଗୁଳିଚାଳନା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe