ପଛକୁ ହଟିଲା ଚୀନ୍‌ ସେନା: ଏଲ୍‌ଏସିରେ ୨୦୨୦ର ସ୍ଥିତି ଫେରିଲା

ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ଏବେ ସ୍ଥିତି ସ୍ବାଭାବିକ ହୋଇଛି। ୪ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା  ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି। ଭାରତ ଓ ଚୀନ୍  ସେନା  ପଛକୁ ହଟିଛନ୍ତି।

sfdhfshfhsfhht

ନୂଆଦିଲ୍ଲୀ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ଏବେ ସ୍ଥିତି ସ୍ବାଭାବିକ ହୋଇଛି। ୪ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା  ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି। ଭାରତ ଓ ଚୀନ୍  ସେନା  ପଛକୁ ହଟିଛନ୍ତି। ବର୍ତ୍ତମାନ ଉଭୟ ଦେଶର ସେନା ସେମାନଙ୍କ ପାରମ୍ପରିକ ପୋଷ୍ଟରେ ମୁତୟନ ରହିବେ, ଯେଉଁଠାରେ ସେମାନେ ୨୦୨୦ରେ ସଂଘର୍ଷ ପୂର୍ବରୁ ରହିଥିଲେ। ଏଲ୍‌ଏସିରେ ୨୦୨୦ର ସ୍ଥିତି ଫେରିବା ଉଭୟ ଦେଶ ପାଇଁ ବହୁତ ବଡ଼ ଆଶ୍ବସ୍ତିର କାରଣ ହୋଇଛି ଏବଂ ଏହାକୁ ବଜାୟ ରଖିବା ପାଇଁ ଆଗକୁ କମାଣ୍ଡରସ୍ତରୀୟ ବୈଠକ ଜାରି ରହିବ ବୋଲି କୁହାଯାଇଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ସୀମାରେ ନିୟମିତ ପାଟ୍ରୋଲିଂ କରାଯିବ। ଏହି ପଦକ୍ଷେପକୁ ଦୁଇ ଦେଶ ମଧ୍ୟରେ  ନୂଆ ଶାନ୍ତି ଅଧ୍ୟାୟର ଆରମ୍ଭ ବୋଲି  ବିବେଚନା କରାଯାଉଛି।

ଜଣେ ବରିଷ୍ଠ ଭାରତୀୟ କମାଣ୍ଡର କହିଛନ୍ତି,   ଦୀପାବଳି ଅବସରରେ ଉଭୟ ସେନା ପରସ୍ପରକୁ  ସ୍ବାଗତ କରିବା କାର୍ଯ୍ୟକ୍ରମ ରହିଛି। ପୂର୍ବ ଲଦାଖର ଡେପ୍‌ସାଙ୍ଗ ଓ ଡେମ୍‌ଚୋକରେ ଉଭୟ ଦେଶର ସେନା ପଛକୁ ହଟିବା ସହ ସେଠାରେ ଯେଉଁ ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇଥିଲା ତାହାକୁ ମଧ୍ୟ ନଷ୍ଟ କରିଦିଆଯାଇଛି। ଭାରତ-ଚୀନ୍‌ ଦ୍ବିପାକ୍ଷିକ ସଂପର୍କରେ ଏହି ପଦକ୍ଷେପ ବହୁତ ବଡ଼ ପରିବର୍ତ୍ତନ ଆଣିବ ବୋଲି କୂଟନୀତିଜ୍ଞମାନେ କହିଥିବା ବେଳେ ଏସିଆରେ ଶାନ୍ତି ଓ ସ୍ଥିରତା ପାଇଁ ମଧ୍ୟ ଏହା ନିର୍ଣ୍ଣାୟକ ହେବ ବୋଲି ମତ ରଖିଛନ୍ତି। 

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ସେନା ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଆଗକୁ ମଧ୍ୟ ଜାରି ରହିବ। ଏବେ ଉତ୍ତେଜନାର ଅନ୍ତ ଘଟିଛି ଏବଂ ପୂର୍ବଭଳି ଉଭୟ ଦେଶର ପୋଷ୍ଟ ପାରମ୍ପରିକ ସ୍ଥାନରେ ହିଁ ରହିବ ବୋଲି ସହମତି ହୋଇଛି। ମିଳିତ ପାଟ୍ରୋଲିଂ ନେଇ ଆଜି  ସମୀକ୍ଷା ବୈଠକ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଏହା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ୪ ବର୍ଷ ପରେ ଭାରତ ଓ ଚୀନ୍ ସୀମାରେ ସ୍ଥିତି ସ୍ୱାଭାବିକ ହୋଇଥିବାରୁ ଏବେ  ଭାରତର ‘ଗ୍ଲୋବାଲ ସାଉଥ୍‌ ଭିଜନ୍‌’କୁ  ଏହା ଅଧିକ ବଳ ଦେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୨୦ରେ ଗଲୱାନ ସଂଘର୍ଷ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଅନେକ ଚୀନ୍ କମ୍ପାନିକୁ ନିଷିଦ୍ଧ କରିଥିଲା। ଏହା ବ୍ୟତୀତ ଅନେକ କ୍ଷେତ୍ରରେ ପୁଞ୍ଜିନିବେଶକୁ ମଧ୍ୟ  ସଙ୍କୁଚିତ କରାଯାଇଥିଲା । 

ଏପ୍ରିଲ ୨୦୨୦ରେ ଚୀନ୍ ସେନା ପୂର୍ବ ଲଦାଖ ଅଞ୍ଚଳକୁ ଜବରଦଖଲ କରିବାକୁ ଚେଷ୍ଟା କରିଥିଲା। ଏହାକୁ ନେଇ ଭାରତୀୟ ସେନା ତୀବ୍ର ଆପତ୍ତି ପ୍ରକାଶ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ରକ୍ତାକ୍ତ ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ୪୦ରୁ ଅଧିକ ଚୀନ୍ ସୈନିକ ପ୍ରାଣ ହରାଇଥିଲେ ମଧ୍ୟ ଏହାର ତଥ୍ୟ ସାର୍ବଜନୀନ ହୋଇନଥିଲା। ଚୀନ୍ ସେନା ମଧ୍ୟ ଶୁକ୍ରବାର ଏକ ବିବୃତିରେ କହିଛି ଯେ ବର୍ତ୍ତମାନ ଉଭୟ ଦେଶର ସୈନିକମାନେ ସୀମାରେ ସ୍ୱାଭାବିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୂଚନାଯୋଗ୍ୟ, ଭାରତ ସରକାର ଅକ୍ଟୋବର ୨୧ତାରିଖରେ ସେନା ପ୍ରତ୍ୟାହାର ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏଭଳି ଭାବେ ପ୍ରାୟ ସାଢ଼େ ୪ ବର୍ଷ ଧରି ଚାଲିଥିବା ଉତ୍ତେଜନାର ଏବେ ଅନ୍ତ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe