ଚୀନା ସହରରେ ଦୈନିକ କୋଭିଡ୍‌-୧୯ ସଂକ୍ରମିତ ହେଉଛନ୍ତି ପ୍ରାୟ ୫ ଲକ୍ଷ ବ୍ୟକ୍ତି

ଚୀନା ସହରରେ ଦୈନିକ କୋଭିଡ୍‌-୧୯ ସଂକ୍ରମିତ ହେଉଛନ୍ତି ପ୍ରାୟ ୫ ଲକ୍ଷ ବ୍ୟକ୍ତି

Image Courtesy of NDTV

ବେଜିଙ୍ଗ୍‌: ଦୈନିକ ଚୀନ୍‌ର ଗୋଟିଏ ସହରରେ ପ୍ରାୟ ୫ ଲକ୍ଷ ଜନତା କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହେଉଥିବା କଥା ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କାହିଛନ୍ତି। କିନ୍ତୁ, ଏତେ ସଂଖ୍ୟକ ସଂକ୍ରମଣ କଥା ସରକାରୀ ପରିସଂଖ୍ୟାନରେ ଉଲ୍ଲେଖ କରାଯାଉ ନାହିଁ।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌, ଦୀର୍ଘ କ୍ବାରେଣ୍ଟିନ୍‌ ବାସ ଏବଂ ଭ୍ରମଣ କଟକଣା ଆଦି ଉଠାଇ ଚଳିତ ମାସରେ ଚୀନ୍‌ ତା’ର ‘ଜିରୋ-କୋଭିଡ୍‌’ ରଣନୀତିର ପ୍ରମୁଖ କଟକଣା ସବୁ ତୁରନ୍ତ ହଟାଇ ଦେବା ପରେ ଦ୍ରୁତ ବେଗରେ କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବାରେ ଲାଗିଛି।

publive-image Image Courtesy of India Today

ଔଷଧ ଦୋକାନରୁ ଔଷଧ ଖାଲି ହୋଇଯିବା, ହସ୍ପିଟାଲ୍‌ ୱାର୍ଡ ପୂର୍ଣ୍ଣ ହୋଇଯିବା ଏବଂ ଶ୍ମଶାନ ଆଦିରେ ଶବ ପଡ଼ି ରହୁଥିବାରୁ ସମଗ୍ର ଚୀନ୍‌ରେ ଥିବା ସହରଗୁଡ଼ିକ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ସଂକ୍ରମଣ ଦମନ କରିବାରେ ଅସମର୍ଥ ହେଉଛନ୍ତି।

ଦେଶର ପୂର୍ବାଞ୍ଚଳ ନଗରୀ କ୍ବିଙ୍ଗ୍‌ଦାଓରେ ଦୈନିକ ୪୯୦,୦୦୦ରୁ ୫୩୦,୦୦୦ ସଂକ୍ରମଣ ହୋଇଛି ବୋଲି ପୌର ସ୍ବାସ୍ଥ୍ୟ ମୁଖ୍ୟ କହିଥିବା କଥା ଶାସକ କମ୍ୟୁନିଷ୍ଟ୍‌ ପାର୍ଟିଦ୍ବାରା ପରିଚାଳିତ ଏକ ଗଣମାଧ୍ୟମ ପ୍ରତିଷ୍ଠାନ ଶୁକ୍ରବାର ଦିନ ରିପୋର୍ଟ କରିଛି। ଆଜି ସକାଳେ ମଧ୍ୟ ଉକ୍ତ ରିପୋର୍ଟକୁ ଆଉ କେତେକ ଗଣମାଧ୍ୟମ ପ୍ରକାଶ କରିଥିଲେ। କିନ୍ତୁ, ସେ ସବୁରେ ଉଲ୍ଲେଖ ଥିବା ସଂକ୍ରମଣ ସଂଖ୍ୟା ସମ୍ପାଦିତ ହେବା (ପରିବର୍ତ୍ତନ) ପରି ଜଣାପଡୁଛି।

ଆଜି ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ କମିସନ୍‌ କହିଛନ୍ତି ଯେ, ଗତକାଲି ସମଗ୍ର ଦେଶରେ ୪,୧୦୩ ସଂକ୍ରମଣ ରିପୋର୍ଟ କରାଯାଇଥିଲେ ବି କାହାରି ମୃତ୍ୟୁ ଘଟିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe