୨୦୨୧ସୁଦ୍ଧା ବିଶ୍ବ ସ୍ତରରେ ବିତରଣ ହେବା ପାଇଁ ପ୍ରସ୍ତୁତ ହୋଇଯିବ କରୋନା ଟିକା: ଚୀନ

Advertisment
୨୦୨୧ସୁଦ୍ଧା ବିଶ୍ବ ସ୍ତରରେ ବିତରଣ ହେବା ପାଇଁ ପ୍ରସ୍ତୁତ ହୋଇଯିବ କରୋନା ଟିକା: ଚୀନ

indiatoday

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହି ସମୟରେ, ଚାଇନାର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନି କହିଛି ଯେ, ୨୦୨୧ ସୁଦ୍ଧା ଆମେରିକା ସମେତ ବିଶ୍ବବ୍ୟାପୀ ବିତରଣ ପାଇଁ କରୋନା ଭୂତାଣୁ ଟିକା ପ୍ରସ୍ତୁତ ହେବ।

ସିନୋଭ୍ୟାକ୍ ର ସିଇଓ ୟିନ୍ ୱିଡୋଙ୍ଗ ଆମେରିକାରେ କରୋନାଭ୍ୟାକ୍ ବିକ୍ରୟ ପାଇଁ ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗରେ ଆବେଦନ କରିଛନ୍ତି। ଏବେ ଟିକାର ତୃତୀୟ ପରୀକ୍ଷା ଏବଂ ଅନ୍ତିମ ପର୍ଯ୍ୟାୟ ଚାଲିଛି | ୟିନ କହିଛନ୍ତି ଯେ, ସେ ନିଜେ ପରୀକ୍ଷାମୂଳକ ଟିକା ନେଇଛନ୍ତି।

ୟିନ କହିଛନ୍ତି, "ପ୍ରାରମ୍ଭରେ, ଆମର ରଣନୀତି ଥିଲା ଚୀନ୍ ଏବଂ ଊହାନ ପାଇଁ ଟିକା ତିଆରି କରିବା। ଜୁନ୍ ଏବଂ ଜୁଲାଇରେ ଆମେ ଆମର ରଣନୀତି ସଂଶୋଧନ କରିଥିଲୁ। ଏବେ ଆମେ ସାରା ବିଶ୍ୱରେ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ପାଇଁ କରୋନା ଟିକା ଉପଲବ୍ଧ କରାଇବୁ। ମୁଁ ନିଜେ ମଧ୍ୟ ପରୀକ୍ଷାମୂଳକ ଟିକା ନେଇଛି।

कोरोना वैक्सीन aajtak

ସରକାରୀ ମାଲିକାନା ସିନୋ ଫାର୍ମ ସହିତ ଚାଇନାର ଶ୍ରେଷ୍ଠ ଚାରିଟି ଟିକା ବିକାଶକାରୀ କମ୍ପାନି ମଧ୍ୟରୁ ସିନୋଭ୍ୟାକ୍ ଅନ୍ୟତମ | ବ୍ରାଜିଲ, ତୁର୍କୀ ଏବଂ ଇଣ୍ଡୋନେସିଆରେ କରୋନାଭ୍ୟାକ୍ ର ପ୍ରାଥମିକ ପରୀକ୍ଷଣରେ ୨୪,୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରୁଛନ୍ତି | ସିନୋଭ୍ୟାକ୍ କମ୍ପାନି ଟିକା ପରୀକ୍ଷା କରିବା ପାଇଁ ଅଧିକ ସଂକ୍ରମଣ , ବୃହତ ଜନସଂଖ୍ୟା ଏବଂ ସୀମିତ ଗବେଷଣା ଏବଂ ବିକାଶ କ୍ଷମତା ବିଶିଷ୍ଟ ଦେଶମାନଙ୍କୁ ମନୋନୀତ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe