କଶ୍ମୀରରେ ହିଂସାକାଣ୍ଡ ପାଇଁ ଆତଙ୍କବାଦୀଙ୍କୁ ଡ୍ରୋନ, ଅସ୍ତ୍ରଶସ୍ତ୍ର ଯୋଗାଉଛି ଚୀନ

Advertisment
କଶ୍ମୀରରେ ହିଂସାକାଣ୍ଡ ପାଇଁ ଆତଙ୍କବାଦୀଙ୍କୁ ଡ୍ରୋନ, ଅସ୍ତ୍ରଶସ୍ତ୍ର ଯୋଗାଉଛି ଚୀନ

ନୂଆଦିଲ୍ଲୀ : ଲଦାଖରେ ଭାରତୀୟ ସେନାର ପ୍ରଭାବି ପ୍ରତିରୋଧ ଯୋଗୁଁ ଚୀନ ବିବ୍ରତ ହୋଇଉଠିଛି । ଭାରତୀୟ ସେନାର ସତର୍କତା ଯୋଗୁଁ ଚୀନର ଅନୁପ୍ରବେଶ ଚକ୍ରାନ୍ତ ବିଫଳ ହୋଇଛି । ଏହାର ପ୍ରତିଶୋଧ ନେବାକୁ ଯାଇ କଶ୍ମୀର ଘାଟିରେ ଅଧିକ ଅଶାନ୍ତି ସୃଷ୍ଟି କରିବାକୁ ଚୀନ ପାକିସ୍ତାନକୁ କହିଛି । ଏଥିପାଇଁ ଚୀନ ପକ୍ଷରୁ ପାକିସ୍ତାନର ଆଇଏସଆଇକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯାଉଛି । ନିକଟରେ କଶ୍ମୀରର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ବିପୁଳ ପରିମାଣର ବିଦେଶୀ ଅସ୍ତ୍ରଶସ୍ତ୍ରରେ ଚୀନର ଚିହ୍ନ ଥିବା ଦେଖିବାକୁ ମିଳିଛି । ଏପରିକି ଆତଙ୍କବାଦୀଙ୍କୁ ଡ୍ରୋନ ଯୋଗାଇବାକୁ ଚୀନ ଚକ୍ରାନ୍ତ କରୁଥିବା ଜଣାପଡ଼ିଛି ।

ସରକାରଙ୍କ ନିକଟରେ ପହଞ୍ଚିଥିବା ଗୁପ୍ତଚର ସୂଚନାରୁ ଜଣାପଡିଛି ଯେ ଜାମ୍ମୁ କାଶ୍ମୀରକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଡ୍ରୋନ ପଠାଇ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଚୀନ୍ ନିର୍ଦ୍ଦେଶ ଦେଇଛି । କଶ୍ମୀରରେ ସୁରକ୍ଷା ବାହିନୀ ପକ୍ଷରୁ ଜବତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏହି ଗୁଇନ୍ଦା ରିପୋର୍ଟକୁ ପ୍ରମାଣିତ କରିଛି । ଉଦ୍ଧାର ହୋଇଥିବା ଅଧିକାଂଶ ଅସ୍ତ୍ରରେ ଚାଇନାର ଚିହ୍ନ ରହିଛି ବୋଲି ସେମାନେ କହିଛନ୍ତି ।

ଏପରି ରିପୋର୍ଟ ମିଳିବାପରେ, ସୁରକ୍ଷା ବାହିନୀ ଅଧିକ ସତର୍କ ହୋଇଉଠିଛି ଓ ଏଲଓସି ଓ ଘାଟିରେ ସୁରକ୍ଷା ବଢାଇଦିଆଯାଇଛି । ଗତ ଦଶ ଦିନ ମଧ୍ୟରେ ସେନା ମୁଖ୍ୟ ଏମ.ଏମ ନାରଭାନେଠାରୁ ଆରମ୍ଭ କରି ସୀମା ସୁରକ୍ଷା ବଳ (ବିଏସଏଫ) ମୁଖ୍ୟ ରାକେଶ ଆସ୍ଥାନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ମୁଖ୍ୟ ଏ.ପି. ମାହେଶ୍ୱରୀଙ୍କ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe