ନୂଆଦିଲ୍ଲୀ: ଚୀନ୍ ‘ସିନୋଫାର୍ମ’ ପ୍ରସ୍ତୁତ କରୋନାଭାଇରସ୍ ଟିକା ‘ବିଶ୍ୱର ସବୁଠୁ ଅସୁରକ୍ଷିତ’ ଟିକା ବୋଲି ଜଣେ ଚୀନା ଡାକ୍ତର ଦାବି କରିବା ସହ କହିଛନ୍ତି ଯେ, ଏହାର ୭୩ଟି ପାର୍ଶ୍ୱପ୍ରତିକ୍ରିୟା ରହିଛି।
କିନ୍ତୁ, ସଙ୍ଘାଇର ଏହି ଟିକା ବିଶେଷଜ୍ଞ ଡାକ୍ତର ସାଓ ଲିନା ଏ ସଂକ୍ରାନ୍ତରେ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ସୂଚନା ପୋଷ୍ଟ୍ କରିବା ପରେ ପରେ ଏହି ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି।
‘ଡେଲି ମେଲ୍’ ରିପୋର୍ଟ ଅନୁସାରେ, ଟିକା ବିଶେଷଜ୍ଞ ଡାକ୍ତର ସାଓ ଲିନା ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ ‘େଓ୍ଵଇବୋ’ରେ ଦାବି କରିଥିଲେ ଯେ, ସରକାରୀ ଔଷଧ କମ୍ପାନି ‘ସିନୋଫାର୍ମ’ ନିର୍ମିତ ଟିକା ଅତ୍ୟନ୍ତ ଅସୁରକ୍ଷିତ।
Image Courtesy of Global Timesକିନ୍ତୁ, ଏହି ମନ୍ତବ୍ୟ ଭାଇରାଲ୍ ହେବାକ୍ଷଣି ଟିକା ବିଶେଷଜ୍ଞଜଣକ ତାଙ୍କର ‘ଅଶିଷ୍ଟ’ ମନ୍ତବ୍ୟ ଲାଗି ଦେଶ ଓ ଦେଶବାସୀଙ୍କୁ କ୍ଷମା ମାଗିଥିଲେ।
ସମ୍ପ୍ରତି ସାମାଜିକ ଗଣମାଧ୍ୟମରୁ ଡିଲିଟ୍ ହୋଇଥିବା ତାଙ୍କ ବିବୃତିରେ ଉଲ୍ଲେଖ ଥିଲା ଯେ, ‘ସିନୋଫାର୍ମ’ ପ୍ରସ୍ତୁତ କୋଭିଡ୍-୧୯ ଟିକା ନେଲେ ଟିକା ଫୋଡ଼ା ଯାଇଥିବା ସ୍ଥାନ ଦରଜ ହେବ, ମୁଣ୍ଡ ବିନ୍ଧିବ, ଉଚ୍ଚ ରକ୍ତଚାପ ଦେଖାଦେବ, ଦୃଷ୍ଟିଶକ୍ତି ଓ ସ୍ୱାଦବାରିବା କ୍ଷମତା କମିଯିବା ସହ ପରିସ୍ରା ଉପରେ ନିୟନ୍ତ୍ରଣ ରହିବ ନାହିଁ।
ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ୍’ କହିଛି ଯେ, ବିରୋଧୀ ପାର୍ଟିଙ୍କୁ ତାତ୍ସଲ୍ୟ କରିବା ନିମନ୍ତେ ସେ ‘ସିନୋଫାର୍ମ’ ଟିକା ପ୍ରସଙ୍ଗରେ ଏ ଭଳି ଲେଖିଥିଲେ। କିନ୍ତୁ, ‘ଭଏସ୍ ଅଫ୍ ଆମେରିକା’ ତାଙ୍କ କଥାର ଅର୍ଥକୁ କଦର୍ଥ କରିଛି।
Image Courtesy of India Todayଡାକ୍ତର ସାଓ ଲିନା କହିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁ ନ ଥିବା ଟିକା ସବୁ ନିରାପଦ ଏବଂ ଫଳପ୍ରଦ ନୁହେଁ ବୋଲି ସେ କଦାପି କହିନାହାନ୍ତି। ଚୀନ୍ ଉତ୍ପାଦନ କରୁଥିବା ଏହି ଟିକା ସବୁ ନିରାପଦ ବୋଲି ମୁଁ ସବୁବେଳେ କହିଛି।
ସୂଚନାଯୋଗ୍ୟ, ‘ସିନୋଫାର୍ମ’ ଟିକା ୭୯% ଫଳପ୍ରଦ ହୋଇଥିବାରୁ ଚୀନ୍ ସରକାର ତାହାକୁ ସର୍ତ୍ତମୂଳକ ଅନୁମୋଦନ ପ୍ରଦାନ କରିଛନ୍ତି।
Follow Us