ଆମେରିକାକୁ ଚୀନର ଖୋଲା ଧମକ; ୱିଚାଟ୍ ଉପରେ ପ୍ରତିବନ୍ଧକ ଲାଗିଲେ ଆପଲ କମ୍ପାନିକୁ ବହିଷ୍କାର କରିବୁ

Advertisment
ଆମେରିକାକୁ ଚୀନର ଖୋଲା ଧମକ; ୱିଚାଟ୍ ଉପରେ ପ୍ରତିବନ୍ଧକ ଲାଗିଲେ ଆପଲ କମ୍ପାନିକୁ ବହିଷ୍କାର କରିବୁ

CGTN

ନୂଆଦିଲ୍ଲୀ: ଆମେରିକାକୁ ଖୋଲା ଧମକ ଦେଇଛି ଚୀନ। ଭାରତ ପକ୍ଷରୁ ଲଗାତାର ଚୀନ ଉପରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଆମେରିକା ମଧ୍ୟ ଏଥିରେ ସାମିଲ ହୋଇଛି। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଆମେରିକା ଟିକ୍-ଟକ୍ ଏବଂ  ୱିଚାଟ୍ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଧମକ ଦେଇଛି। ତେବେ ଏ ମଧ୍ୟରେ ଚୀନ୍ ମଧ୍ୟ ଆମେରିକାକୁ ଖୋଲା ଧମକ ଦେଇଛି। ଯଦି ଆମେରିକା 'ୱିଚାଟ୍' ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଚୀନବାସୀ ମଧ୍ୟ ଆପଲ୍ କମ୍ପାନୀକୁ ବହିଷ୍କାର କରିବେ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ ଶୁକ୍ରବାର ଦିନ ଚେତାବନୀ ଦେଇଛନ୍ତି ।

publive-image Marketing China

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ୍ବିଚାଟ୍ ଏବଂ ଭିଡିଓ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାର ଧମକ ଦେଇ ଆପକୁ ବିକ୍ରି କରିବା ପାଇଁ କହିଛନ୍ତି। ଯଦି ଆପ ବିକ୍ରି ନହୁଏ, ତେବେ ସେପ୍ଟେମ୍ବର ମାସରେ ଏହି ଦୁଇଟି ଆପ୍ ଆମେରିକାରେ ନିଷେଧ ହୋଇପାରେ | ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଏଭଳି ଆପ୍ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଏବଂ ଚୀନରେ ଏହି ଆଲୋଚନା ବୃଦ୍ଧି ପାଇଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ ଶୁକ୍ରବାର ଦିନ ଏକ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ୱିଚାଟ୍ ଉପରେ ପ୍ରତିବନ୍ଧକ ଲଗାଯାଏ, ତେବେ ଚୀନ୍ ଲୋକମାନେ ଆଇଫୋନ୍ ବା ଆପଲର କୌଣସି ଉତ୍ପାଦ ବ୍ୟବହାର କରିବେ ନାହିଁ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe