ଚୀନ୍‌ ତିଆରି ଗ୍ଲୋବ୍‌ର ଭାରତ ମାନଚିତ୍ରରେ ଜମ୍ମୁ, କଶ୍ମୀର ଓ ଅରୁଣାଚଳ ନାହିଁ

ଚୀନ୍‌ ତିଆରି ଗ୍ଲୋବ୍‌ର ଭାରତ ମାନଚିତ୍ରରେ ଜମ୍ମୁ, କଶ୍ମୀର ଓ ଅରୁଣାଚଳ ନାହିଁ

Image Courtesy of Times Now

ଟରୋଣ୍ଟୋ: ଏକ ଅଗ୍ରଣୀ କାନଡୀୟ ଷ୍ଟୋର୍‌ରେ ଚୀନ୍‌ରେ ତିଆରି ହୋଇଥିବା ଗୋଟିଏ ଗ୍ଲୋବ୍‌ ମିଳୁଛି। କିନ୍ତୁ, ସେଥିରେ ଜମ୍ମୁ ଏବଂ କଶ୍ମୀର ଓ ଅରୁଣାଚଳ ପ୍ରଦେଶ ନ ଥାଇ ଅଙ୍କିତ ଭାରତୀୟ ମାନଚିତ୍ର ରହିଥିବା କଥା ଜଣେ ଭାରତୀୟ ବଂଶୋଦ୍ଭବ ଗ୍ରାହକ ଦେଖିବା ପରେ ତାହାର ଚିତ୍ର ସାମାଜିକ ଗଣମାଧ୍ୟରେ ପୋଷ୍ଟ୍‌ କରିଛନ୍ତି। ଏଥିରେ ଜମ୍ମୁ ଏବଂ କଶ୍ମୀରକୁ ବିବଦୀୟ ଅଞ୍ଚଳ ଏବଂ ଅରୁଣାଚଳକୁ ଚୀନ୍‌ର ଅଂଶ ବୋଲି ଦର୍ଶା ଯାଇଛି।

କାନାଡାରେ ବହୁ ଦେଶୀୟ ରିଟେଲ୍‌ ଚେନ୍‌ କଷ୍ଟ୍‍କୋ ଷ୍ଟୋର୍‌ରେ ଏହି ଗ୍ଲୋବ୍‌ ସବୁ ବିକ୍ରୟ ହେଉଛି। ଗଣମାଧ୍ୟମ ଟୁଇଟର୍‌ ବ୍ୟବହାରକାରୀମାନେ କ୍ଷୋଭ ପ୍ରକାଶ କରିବାରୁ ଏହା ଭାଇରାଲ୍‌ ହେବାରେ ଲାଗିଛି।

ତୁରନ୍ତ ଏହି ଗ୍ଲୋବ୍‌ ବିକ୍ରୟ ପ୍ରତ୍ୟାହାର କରିନେବାକୁ ଦାବି କରି ଭାରତୀୟ ଗ୍ରାହକମାନେ କଷ୍ଟକୋ ମ୍ୟାନେଜ୍‌ମେଣ୍ଟ୍‌ରେ ଅଭିଯୋଗ ଦାୟର କରିଛନ୍ତି। ଏହା ଭାରତ ବାହାରେ ଜନ୍ମିତ ଭାରତୀୟ ବଂଶୋଦ୍ଭବ ପିଲାମାନଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ସେମାନେ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe