Image Courtesy of Zee News
ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନାରେ ଆଞ୍ଚଳିକ ସାମଗ୍ରୀଗୁଡ଼ିକୁ ପ୍ରୋତ୍ସାହନ ଦେବା ନିମନ୍ତେ ସେନାବାହିନୀର ‘କ୍ୟାଣ୍ଟିନ୍ ଷ୍ଟୋର୍ସ୍ ଡିପାର୍ଟମେଣ୍ଟ୍’ରେ ଚୀନ୍ ସମେତ ଅନ୍ୟ କେତେକ ଦେଶରୁ ଆମଦାନି ହୋଇ ବିକ୍ରି ହେଉଥିବା ସାମଗ୍ରୀଗୁଡ଼ିକୁ ନିଷେଧ କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ଚିନ୍ତା କରୁଛି।
‘କ୍ୟାଣ୍ଟିନ୍ ଷ୍ଟୋର୍ସ ଡିପାର୍ଟମେଣ୍ଟ୍’ ଏବଂ ଏହା ଅଧୀନରେ ପରିଚାଳିତ ୟୁନିଟ୍ କ୍ୟାଣ୍ଟିନ୍ଗୁଡ଼ିକରେ ବିଦେଶରୁ ଆମଦାନି ହେଉଥିବା ଅନେକ ଜିନିଷର ବିକ୍ରି ବନ୍ଦ ହେବ ବୋଲି ପ୍ରତିରକ୍ଷାସୂତ୍ରରୁ ଜଣାପଡ଼ିଛି।
ସମଗ୍ର ଦେଶରେ ‘କ୍ୟାଣ୍ଟିନ୍ ଷ୍ଟୋର୍ସ ଡିପାର୍ଟମେଣ୍ଟ୍’ ୩୫୦୦ କ୍ୟାଣ୍ଟିନ୍ ଚଳାଉଛି। ଏହି କ୍ୟାଣ୍ଟିନ୍ ସବୁ ଦେଶର ଉତ୍ତର ପାର୍ଶ୍ବର ସିଆଚେନ୍ ଗ୍ଲେସିଅର୍ରୁ ଆରମ୍ଭ କରି ଦକ୍ଷିଣ ପାର୍ଶ୍ବର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅବସ୍ଥିତ।
Image Courtesy of The South Indian Post‘କ୍ୟାଣ୍ଟିନ୍ ଷ୍ଟୋର୍ସ ଡିପାର୍ଟମେଣ୍ଟ୍’ ବିକ୍ରୟ କରୁଥିବା ବିଭିନ୍ନ କିସମର ୫୦୦୦ରୁ ଊର୍ଦ୍ଧ୍ବ ସାମଗ୍ରୀ ମଧ୍ୟରୁ ପ୍ରାୟ ୪୦୦ ଦେଶରୁ ଆମଦାନି ହୋଇଥାଏ। ସେଗୁଡ଼ିକ ମଧ୍ୟରୁ ଚୀନ୍ରୁ ଆମଦାନି ହେଉଥିବା ବହୁଳାଂଶ ସାମଗ୍ରୀମାନଙ୍କ ମଧ୍ୟରେ ରହିଛି ଟଏଲେଟ୍ ବ୍ରସ୍, ଡାଇପର୍ ପ୍ୟାଣ୍ଟ୍ସ୍, ରାଇସ୍ କୁକର୍, ଇଲେକ୍ଟ୍ରିକ୍ କେଟଲ୍, ସ୍ୟାଣ୍ଡ୍ଉଇଚ୍ ଟୋଷ୍ଟର୍, ଭ୍ୟାକୁମ୍ କ୍ଲିନର୍, ସନ୍ଗ୍ଲାସ୍, ଲେଡିଜ୍ ହ୍ୟାଣ୍ଡ୍ବ୍ୟାଗ୍, ଲ୍ୟାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟର୍।
‘ସଏସ୍ଡି’ କାଉଣ୍ଟର୍ରେ ବିଦେଶରୁ ଆମଦାନି ହେଉଥିବା ଉପରୋକ୍ତ ସାମଗ୍ରୀଗୁଡ଼ିକର ବିକ୍ରି ନିଷେଧ କରାଯାଇ ସେ ସ୍ଥାନରେ ଭାରତୀୟ ଉତ୍ପାଦ ବିକ୍ରୟ କରାଯିବାର ଯୋଜନା କରାଯାଉଛି ବୋଲି ପ୍ରତିରକ୍ଷାସୂତ୍ର କହିଛି।
ଏହାଛଡ଼ା, ବିଦେଶରୁ ଆମଦାନି ହୋଇ କ୍ୟାଣ୍ଟିନ୍ରେ ବିକ୍ରୟ ହେଉଥିବା ମଦ ମଧ୍ୟ ନିଷେଧ କରାଯିବାର ସମ୍ଭାବନା ରହିଛି। ଗତ କିଛି ମାସ ହେବ ବିଦେଶରୁ ଆସୁଥିବା ଉନ୍ନତମାନର ବ୍ୟୟବହୁଳ ମଦ ୟୁନିଟ୍ ଚାଳିତ ଅଧିକାଂଶ କ୍ୟାଣ୍ଟିନ୍ରେ ମିଳୁନାହିଁ।
Follow Us