ଚୀନ୍‌ ସରକାର ଗଲୱାନ୍ ସଂଘର୍ଷ‌ ଲାଗି ଷଡ଼ଯନ୍ତ୍ର କରିଥିଲେ: ଆମେରିକା

ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପିଏଲ୍‌ଏ ରାତିଅଧିଆ ଆକ୍ରମଣ କରିଥିଲା

ଚୀନ୍‌ ସରକାର ଗଲୱାନ୍ ସଂଘର୍ଷ‌ ଲାଗି ଷଡ଼ଯନ୍ତ୍ର କରିଥିଲେ: ଆମେରିକା

Image Courtesy of NDTV

ୱାସିଂଟନ: ଆମେରିକା କଂଗ୍ରେସର ଏକ ଶୀର୍ଷ କମିଟି ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଜୁନ୍‌ରେ ଗଲୱାନ୍‌ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପାଇଁ ଚୀନ୍ ସରକାର ହିଁ ଷଡ଼ଯନ୍ତ୍ର ରଚିଥିଲା। ଭାରତ ଉପରେ ପ୍ରବଳ ଚାପ ସୃଷ୍ଟି କରିବା ଏବଂ ବିସ୍ତାରବାଦୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚୀନ୍‌ ସରକାର ଏଭଳି ହିଂସା ପାଇଁ ଯୋଜନା କରିଥିଲା ଏବଂ ଚୀନ୍‌ ସେନାକୁ ତଦନୁଯାୟୀ ନିର୍ଦ୍ଦେଶ ଦିଆଯାଇଥିଲା।

୧୫ ଜୁନ୍‌ରେ ଗଲୱାନ୍‌ରେ ଅନ୍ଧାର ରାତିରେ ଅତର୍କିତ ଭାବେ ଭାରତୀୟ ସୈନିକଙ୍କ ଉପରେ କାପୁରୁଷୋଚିତ ଆକ୍ରମଣ ହୋଇଥିଲା ଏବଂ ଏଥିରେ ଭାରତର ୨୦ ଯବାନ ସହିଦ ହୋଇଯାଇଥିଲେ। ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଗେ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ବିବାଦ ଓ ଉତ୍ତେଜନା ବଢ଼ାଇବାକୁ ପିଏଲ୍‌ଏକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe