ସମାଲୋଚିତ ହେବାରୁ ଜୀବନ ହାରିବାକୁ ଉଦ୍ୟମ କଲେ କାନ୍ଦି କାନ୍ଦି ସିନ୍‌ଜୋ ଆବେଙ୍କ ଉପରେ ରିପୋର୍ଟ କରିଥିବା ଚୀନା ସାମ୍ବାଦିକା

Advertisment
ସମାଲୋଚିତ ହେବାରୁ ଜୀବନ ହାରିବାକୁ ଉଦ୍ୟମ କଲେ କାନ୍ଦି କାନ୍ଦି ସିନ୍‌ଜୋ ଆବେଙ୍କ ଉପରେ ରିପୋର୍ଟ କରିଥିବା ଚୀନା ସାମ୍ବାଦିକା

Image Courtesy of What’s on Weibo

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିନ୍‌‌ଜୋ ଆବେଙ୍କ ହତ୍ୟା ଘଟଣା ଉପରେ ଆବେଗ ଉଦ୍ରେକକାରୀ ରିପୋର୍ଟ ଲେଖି ଚୀନ୍‌ବାସୀଙ୍କ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିବା ଜଣେ ଚୀନା ସାମ୍ବାଦିକା ଜୀବନ ହାରିବାକୁ ଉଦ୍ୟମ କରିଥିଲେ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଏହାଛଡ଼ା, ଚଳିତ ସପ୍ତାହ ପ୍ରାରମ୍ଭରେ ୟିଙ୍ଗ୍‌ଙ୍କର ବାନ୍ଧବୀ ସେନ୍‌ ମଧ୍ୟ ତାଙ୍କ ‘ୱେଇବୋ’ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ତାଙ୍କ ‘ସୁସାଇଡ୍‌’ ନୋଟ୍‌ ମଧ୍ୟ ସେୟାର୍‌ କରିଥିଲେ। ଉକ୍ତ ନୋଟ୍‌କୁ ୟିଙ୍ଗ୍‌ ତାଙ୍କ ‘ୱିଚାଟ୍‌’ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିଥିଲେ ବୋଲେି ସେନ୍‌ କହିଛନ୍ତି। ଏହାଛଡ଼ା, ସେନ୍‌ ମଧ୍ୟ ସୁନିଶ୍ଚିତ କରି କହିଛନ୍ତି ଯେ, ଆତ୍ମହତ୍ୟା ଉଦ୍ୟମ ପରେ ୟିଙ୍ଗ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ଚୀନା ସାମ୍ବାଦିକା ହେଉଛନ୍ତି, ଜେଙ୍ଗ୍‌ ୟିଙ୍ଗ୍‌। ଚଳିତ ମାସ ପ୍ରାରମ୍ଭରେ ସି‌ନ୍‌ଜୋ ଆବେଙ୍କ ହତ୍ୟାକାଣ୍ଡ ଘଟଣାର ଲାଇଭ୍‌ ରିପୋର୍ଟ କରୁଥିବା ବେଳେ ସେ କୋହ ଉଠାଇ କାନ୍ଦୁଥିବାରୁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ଚୀନା ନାଗରିକମାନେ ତାଙ୍କୁ ଅନ୍‌ଲାଇନ୍‌ରେ ତୀବ୍ର ସମାଲୋଚନା କରିଥିଲେ।

publive-image Image Courtesy of India Today

‘ଦି ଇଣ୍ଡିପେ‌ଣ୍ଡେଣ୍ଟ୍‌’ ରିପୋର୍ଟ ଅନୁସାରେ, ଅନେକ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ଚୀନା ନାଗରିକଙ୍କର ମନେହୋଇଥିଲା, ସାଙ୍ଘାଇର ଅନ୍‌ଲାଇନ୍‌ ଗଣମାଧ୍ୟମ ସଂସ୍ଥାନ ‘ଦି ପେପର୍‌’ ପାଇଁ ଲାଇଭ୍‌ ଷ୍ଟ୍ରିମ୍‌ରେ ୟିଙ୍ଗ୍‌ ଯେଭଳି ଆବେଗ ପ୍ରଦର୍ଶନ କରୁଛନ୍ତି ତାହା ‘ଅବୃତ୍ତିଗତ’ ଏବଂ ‘ଦେଶପ୍ରେମ ବିରୋଧୀ’।

ସିନ୍‌ଜୋ ଆବେଙ୍କ ବିବାଦୀୟ ରାଜନୈତିକ ଉତ୍ତରାଧିକାର ଉପରେ ଚୀନାମାନଙ୍କର ମନୋଭାବ ପ୍ରତି ଧ୍ୟାନ ନ ଦେଇଥିବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଲାଇଭ୍‌ଷ୍ଟ୍ରିମ୍‌ ବେଳେ କାନ୍ଦିଥିବାରୁ ସେ ତାଙ୍କ ‘ୱେଇବୋ’ ଆକାଉଣ୍ଟ୍‌ରେ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe