ପୁଣେ ଯାଉଥିବା ବିମାନରେ ଦୁଇ ଥର ବାନ୍ତି କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଚୀନ୍ ଯୁବକ, କରୋନା ଭାଇରସର ଶିକାର ହୋଇଥିବା ଆଶଙ୍କା

Advertisment
ପୁଣେ ଯାଉଥିବା ବିମାନରେ ଦୁଇ ଥର ବାନ୍ତି କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଚୀନ୍ ଯୁବକ, କରୋନା ଭାଇରସର ଶିକାର ହୋଇଥିବା ଆଶଙ୍କା

oneindia.com

ପୁଣେ: କରୋନା ଭାଇରସ୍ ଏବେ ଚୀନବାସୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ୩୧,୦୦୦ଲୋକ ଏହି ଭାଇରସର ଶିକାର ହୋଇସାରିଲେଣି। ୬୦୦ରୁ ଅଧିକ ଲୋକେ ଏହି ଭାଇରସର ଶିକାର ହୋଇ ପ୍ରାଣ ହରାଇସାରିଥିବା ବେଳେ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ୩ଜଣଙ୍କର ରକ୍ତ ନମୁନା କରୋନା ପଜେଟିଭ୍ ଆସିଥିବା ବେଳେ ପୁଣେରେ ଜଣେ ଚୀନ୍ ନାଗରିକ କରୋନା ଭାଇରସର ଶିକାର ହୋଇଥିବା ନେଇ ଆଶଙ୍କା କରାଯାଉଛି। ଯୁବକ ଜଣଙ୍କ ବିମାନରେ ଦିଲ୍ଲୀରୁ ପୁଣେ ଯାଉଥିଲେ। ଏହି ସମୟରେ ବିମାନ ମଧ୍ୟରେ ତାଙ୍କର ଦୁଇ ଥର ବାନ୍ତି ହୋଇଥିଲା। ଏଭଳି ଲକ୍ଷଣ ଦେଖିବା ପରେ ତାଙ୍କୁ ଏବେ ପୁଣେର ନାଇଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ଆସିବା ପୂର୍ବରୁ ବିମାନକୁ ଭଲ ଭାବରେ ସଫା କରାଯାଇ ଅଣାଯାଇଥିଲା ବୋଲି ଜଣା ପଡ଼ିଛି।

ପୁଣେରେ ଥିବା ଲୋହାଗଡ଼ ବିମାନ ବନ୍ଦରର ନିର୍ଦ୍ଦେଶକ କୂଲଦୀପ ସିଂହଙ୍କ କହିବା ମୁତାବକ, ଦିଲ୍ଲୀରୁ ପୁଣେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଚୀନ୍ ନାଗରିକ ଥିଲେ। ସେ ବିମାନ ମଧ୍ୟରେ ଦୁଇ ଥର ବାନ୍ତି କରିବାରୁ ତାଙ୍କୁ ଏବେ ସ୍ବାସ୍ଥ୍ୟ ଅଧିକାରୀ ଓ ଏୟାର ଇଣ୍ଡିଆ ଷ୍ଟାଫ୍ ନାଇଡୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଯୁବକଙ୍କ ରକ୍ତ ନମୁନା ଏବେ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ଡାକ୍ତର କହିଛନ୍ତି, ତାଙ୍କ ଠାରେ ଦେଖା ଯାଇଥିବା ସବୁ ଲକ୍ଷଣ କରୋନା ଭାଇରସର ଶିକାର ହେଲେ ହିଁ ଦେଖାଯାଏ। ହେଲେ ରିପୋର୍ଟ ଆସିବା ପରେ ହିଁ କିଛି ସ୍ପଷ୍ଟ କହିହେବ।

Image result for chinese-man-on-pune-flight-sent-to-hospital-to-test-for-coronavirus MSN.com

ମିଳିଥିବା ସୂଚନା ଅନୁସାରେ, ଜାନୁଆରି ୨୯ତାରିଖରେ ଚୀନ୍ ଯୁବକ ଜଣକ ବ୍ୟାଙ୍କକ୍‌ରୁ ଭାରତ ଆସିଥିଲେ। ସେହି ଦିନ ସେ କୋଲକାତାକୁ ଯାତ୍ରା କରିବା ସହ ପରଦିନ ଭୁବନେଶ୍ବରରେ ଆସି ପହଞ୍ଚିଥିଲେ। ଫେବ୍ରୁଆରିରେ ବିଶାଖାପାଟନମ୍ ଯିବା ସହ ପରେ ପୁଣି ସେ କୋଲକାତାରେ ପହଞ୍ଚିଥିଲେ। ପରେ ଫେବ୍ରୁଆରି ୫ରେ ଦିଲ୍ଲୀରେ ପହଞ୍ଚିଥିବା ଯୁବକ ଜଣକ ଶୁକ୍ରବାର ପୁଣେକୁ ଉଡ଼ାଣ ଭରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe