ଚୀନ୍ ଲୋକଙ୍କ ପସନ୍ଦ ଆମିର ଖାନଙ୍କ ସିନେମା ଆଉ ଗୁପଚୁପ୍: ଚୀନ୍‌ର ସାମ୍ବାଦିକ ହିନ୍ଦୀରେ କହିଲେ

ଏନଡିଟିଭି ରିପୋର୍ଟର ଗୌରୀ ଦ୍ୱିବେଦୀ ଜଣେ ଚୀନ୍ ସାମ୍ବାଦିକାଙ୍କ ସହ କଥା ହୋଇଛନ୍ତି। ସେ ଚୀନ୍ ସରକାରୀ ଗଣମାଧ୍ୟମର ହିନ୍ଦୀ ବିଭାଗରେ ଅଛନ୍ତି। ସାତ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ୍ ଗସ୍ତ ଏବଂ ପରିବର୍ତ୍ତିତ ପରିବେଶ ଲୋକଙ୍କ ମଧ୍ୟରେ ସମ୍ପର୍କ ଉପରେ କ’ଣ ପ୍ରଭାବ ପକାଇବ ତାହା ସେ କହିଛନ୍ତି...

Chinese people's choice is Aamir Khan's movie and gupchup: Chinese journalist says in Hindi ‌

Chinese people's choice is Aamir Khan's movie and gupchup: Chinese journalist says in Hindi ‌ Photograph: (sambad.in)

ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଏସସିଓ ଶିଖର ସମ୍ମିଳନୀ ପାଇଁ ଚୀନ୍ ଗସ୍ତରେ ଅଛନ୍ତି।  ସେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଆମେରିକାର ବର୍ଦ୍ଧିତ ଶୁଳ୍କ ଧମକର ପୃଷ୍ଠଭୂମିରେ ଏହି ବୈଠକ ଅନୁଷ୍ଠିତ ହେଉଥିଲେ ମଧ୍ୟ, ଏହି ବୈଠକକୁ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ସାମ୍ପ୍ରତିକ ପ୍ରଗତିକୁ ଆଗକୁ ବଢ଼ାଇବା ପାଇଁ ଏକ ପ୍ରୟାସ ଭାବରେ ଦେଖାଯାଉଛି।

ଏନଡିଟିଭି ରିପୋର୍ଟର ଗୌରୀ ଦ୍ୱିବେଦୀ ଜଣେ ଚୀନ୍ ସାମ୍ବାଦିକାଙ୍କ ସହ କଥା ହୋଇଛନ୍ତି ଯାହାଙ୍କ ହିନ୍ଦୀ ନାମ ଅଞ୍ଜଳି। ଅଞ୍ଜଳି ଚୀନ୍ ସରକାରୀ ଗଣମାଧ୍ୟମର ହିନ୍ଦୀ ବିଭାଗରେ ଅଛନ୍ତି। ସାତ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ୍ ଗସ୍ତ ଏବଂ ପରିବର୍ତ୍ତିତ ପରିବେଶ ଲୋକଙ୍କ ସହିତ ସମ୍ପର୍କ ଉପରେ କ’ଣ ପ୍ରଭାବ ପକାଇବ ତାହା ସେ କହିଛନ୍ତି।  ସେ ଗୁପଚୁପ୍‌ରୁ ଆରମ୍ଭ କରି ବଲିଉଡ୍ ଫିଲ୍ମ ପର୍ଯ୍ୟନ୍ତ ତଥା ଭାରତୀୟ ସଂସ୍କୃତି ସମ୍ପର୍କରେ କହିଛନ୍ତି।

ପ୍ରଶ୍ନ: ଏସସିଓ ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ଆପଣ କିପରି ଦେଖନ୍ତି?

 
ଚୀନ୍ ସାମ୍ବାଦିକା: ଆମେ ସମସ୍ତେ ବହୁତ ଖୁସି, ବିଶେଷକରି ମୋଦୀଜୀଙ୍କ ଆଗମନ ପାଇଁ। ଆମେ ବହୁତ ଦିନ ଧରି ଅପେକ୍ଷା କରିଥିଲୁ ଏବଂ ଶେଷରେ ସେହି ଦିନ ଆସିଗଲା। ଏହା ଆମ ପାଇଁ ଏକ ବଡ଼ ସଙ୍କେତ ଯେ, ଚୀନ୍-ଭାରତ ସମ୍ପର୍କରେ ଉନ୍ନତି ହେବାକୁ ଯାଉଛି। ଆମେ ଉଭୟ (ଭାରତ-ଚୀନ୍) ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ଦେଶ। ଆମେ ଉଭୟ ପରସ୍ପର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଉଭୟ ବିକାଶଶୀଳ ଦେଶ, ଉଭୟ ବଡ଼ ଅର୍ଥନୀତି। ତେଣୁ ଆମ ମଧ୍ୟରେ ସହଯୋଗ ଏବଂ ଏକତା ଗୁରୁତ୍ୱପୂର୍ଣ୍ଣ।

ପ୍ରଶ୍ନ: ଏଠାକାର ଲୋକଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି କେତେ ଲୋକପ୍ରିୟ?

ଚୀନ୍ ସାମ୍ବାଦିକା: କେବଳ ମୁଁ ନୁହେଁ,ଚୀନ୍‌ର ଅନେକ ଲୋକ ଭାରତୀୟ ସଂସ୍କୃତି ପ୍ରତି ଆକର୍ଷିତ। ଆଜିକାଲି ଚୀନ୍‌ରେ ବଲିଉଡ୍ ଚଳଚ୍ଚିତ୍ର ବହୁତ ଲୋକପ୍ରିୟ। ଆମେ ସମସ୍ତେ ଭାରତୀୟ ସଂସ୍କୃତିକୁ ବହୁତ ପସନ୍ଦ କରୁ।


ପ୍ରଶ୍ନ: ଏଠାରେ ଚୀନ୍ ଲୋକଙ୍କ ପ୍ରିୟ ବଲିଉଡ୍ ଅଭିନେତା କିଏ?

ଚୀନ୍ ସାମ୍ବାଦିକା: ଅଭିନେତା ଆମିର ଖାନ। ସେ ବହୁତ ଦିନ ଧରି ଏଠାକାର ଲୋକଙ୍କ ପ୍ରିୟ। ତାଙ୍କର ଅନେକ ଫିଲ୍ମ ଏଠାରେ ମୁକ୍ତିଲାଭ କରେ। ଦଙ୍ଗଲ ହେଉ କି ୩ ଇଡିଅଟ୍ସ। ଏଠାରେ ସମସ୍ତେ ସେଗୁଡ଼ିକୁ ଦେଖନ୍ତି। ଏଠାରେ ସମସ୍ତେ ତାଙ୍କ (ଆମିର ଖାନ) ନାମ ଜାଣନ୍ତି।

ପ୍ରଶ୍ନ: ଏଠାରେ ଆପଣଙ୍କର ସବୁଠାରୁ ପ୍ରିୟ ଭାରତୀୟ ଖାଦ୍ୟ କଣ?

ଚୀନ୍ ସାମ୍ବାଦିକା: ଆଜିକାଲି ଏଠାକାର ସବୁଠାରୁ ପ୍ରସିଦ୍ଧ ଖାଦ୍ୟ ହେଉଛି ଗୁପଚୁପ୍। ଏହାର କାରଣ ହେଉଛି ଦଙ୍ଗଲରେ ଏକ ଦୃଶ୍ୟ ଅଛି ଯେଉଁଠାରେ ସେମାନେ ଗୁପଚୁପ୍ ଖାଉଛନ୍ତି।

ପ୍ରଶ୍ନ: ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି, ଏବେ ଲୋକଙ୍କ ସହିତ ଲୋକଙ୍କ ଯୋଗାଯୋଗ କେତେ ବୃଦ୍ଧି ପାଇବ?

ଚୀନ୍ ସାମ୍ବାଦିକା: ଆମ ମଧ୍ୟରୁ ଅନେକ ଭାରତ ଯିବାକୁ ଚାହାନ୍ତି। ସେଠାରେ ମୋର ବହୁତ ବନ୍ଧୁ ଅଛନ୍ତି। ସେମାନେ ସବୁବେଳେ ମୋତେ ପଚାରନ୍ତି ଯେ, ମୁଁ କେବେ ଭାରତ ଆସିପାବି। ମୁଁ ବିଶ୍ୱାସ କରେ, ଏବେ ବହୁତ ଚୀନ୍ ଲୋକ ଭାରତ ଭ୍ରମଣ କରିବେ। ମୁଁ ଭାରତ ଯିବାର ୫ ବର୍ଷ ହୋଇଗଲାଣି।

 India | China | Xinping | pm-narendra-modi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe