Image Courtesy of UNILAD
ନୂଆଦିଲ୍ଲୀ: ଜାତୀୟ ନିରାପତ୍ତା ପ୍ରତି ବିପଦର କାରଣ ହେଲେ ଏଲନ୍ ମସ୍କ୍ଙ୍କ ‘ଷ୍ଟାର୍ଲିଙ୍କ୍ ସାଟେଲାଇଟ୍’କୁ ଅଚଳ କରିବା ଲାଗି ସାମର୍ଥ୍ୟ ବିକାଶ କରିବା ଲାଗି ଆହ୍ବାନ ଦେଇ ଚୀନା ସାମରିକ ଗବେଷକମାନେ ଗତମାସରେ ଏକ ଅଧ୍ୟୟନ ପ୍ରକାଶ କରିଛନ୍ତି ବୋଲି ‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ୍’ ରିପୋର୍ଟ କରିଛି।
ପ୍ରତ୍ୟେକ ‘ଷ୍ଟାର୍ଲିଙ୍କ୍ ସାଟେଲାଇଟ୍’କୁ ‘ଟ୍ରାକ୍’ ଏବଂ ‘ମିନଟର୍’ କରିବା ଲାଗି ଅଭୂତପୂର୍ବ ପରିବ୍ୟାପ୍ତି ଏବଂ ସୂକ୍ଷ୍ମ ଦକ୍ଷତା ଥିବା ‘ସର୍ଭିଲେନସ୍ ସିଷ୍ଟମ୍’ ବିକାଶର ଆବଶ୍ୟତା ଉପରେ ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଗୁରୁତ୍ବାରୋପ କରିଥିବା କଥା ‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ୍’ ରିପୋର୍ଟରେ ଉଲ୍ଲେଖ କରିଛି।
ଏହି ଅଧ୍ୟୟନର ନେତୃତ୍ବ ନେଇଥିଲେ ‘ବେଜିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରାକିଙ୍ଗ୍ ଆଣ୍ଡ୍ ଟେଲିକମ୍ୟୁନିକେସନ୍ସ୍’ର ଗବେଷକ ରେନ୍ ୟୁଆସେନ୍। ଏହି ଯୋଜନା ପାଇଁ ‘ସଫ୍ଟ୍ ଆଣ୍ଡ୍ ହାର୍ଡ ସ୍କିଲ୍’ ଉପାୟ ଗ୍ରହଣ କରିବା ଲାଗି ଏହି ଅଧ୍ୟୟନରେ ଉଲ୍ଲେଖ କରାଯାଇଛି।
Image Courtesy of Daily Mail‘ଷ୍ଟାର୍ଲିଙ୍କ୍ କନେକ୍ସନ୍’ ଯୋଗୁଁ ଆମେରିକୀୟ ଡ୍ରୋନ୍ ଏବଂ ଗୁପ୍ତ ଲଢୁଆ ବିମାନଗୁଡ଼ିକର ‘ଡାଟା ଟ୍ରାନ୍ସ୍ମିସନ୍’ ବେଗ ୧୦୦ ଗୁଣରୁ ଅଧିକ ବୃଦ୍ଧି ପାଇବ ବୋଲି ଚୀନା ସାମରିକ ଗବେଷକମାନେ ଆକଳନ କରିବା ପରେ ଏହି ଅଧ୍ୟୟନ କରିଥିଲେ ବୋଲି ‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ୍’ ରିପୋର୍ଟରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ହଜାର ହଜାର କ୍ଷୁଦ୍ର କୃତ୍ରିମ ଉପଗ୍ରହକୁ ନେଇ ସଙ୍ଗଠିତ ‘ଷ୍ଟାର୍ଲିଙ୍କ୍’କୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେବା ପାଇଁ ଚୀନ୍ ଏହି ଯୋଜନା କରୁଛି। କ୍ଷେପଣାସ୍ତ୍ର ନିକ୍ଷେପ କରି ସେଗୁଡ଼ିକୁ ନଷ୍ଟ କରିବା ବ୍ୟୟବହୁଳ ହୋଇଥିବାରୁ ଗବେଷକମାନେ ‘ଲେଜର୍’ କିଂବା ‘ମାଇକ୍ରୋୱେଭ୍ ଟେକ୍ନୋଲୋଜି’ ପ୍ରୟୋଗ ପାଇଁ ଯୋଜନା କରୁଛନ୍ତି।
Follow Us