ଜଳିଗଲା ଚୀନ୍ ସ୍ପେସ୍ ରକେଟ୍‌, ଭାରତ ମହାସାଗରରେ ଖସିଲା

Advertisment
ଜଳିଗଲା ଚୀନ୍ ସ୍ପେସ୍ ରକେଟ୍‌, ଭାରତ ମହାସାଗରରେ ଖସିଲା

ବେଜିଂ : ଶନିବାର ରାତିରେ ଏକ ଚୀନ୍ ରକେଟ୍ ମହାକାଶରେ ଖଣ୍ଡବିଖଣ୍ଡିତ ହୋଇ ଜଳିଯାଇଥିଲା ଏବଂ ଜଳନ୍ତା ଅଂଶଗୁଡ଼ିକ ଭାରତ ମହାସାଗରେ ଖସିପଡ଼ିବା ପୂର୍ବରୁ ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡ କରିଥିଲେ। ସୋସିଆଲ ମିଡ଼ିଆରେ ବର୍ତ୍ତମାନ ସେହି ଭିଡିଓ ଘୂରିବୁଲୁଛି।

ସୂଚନାଯୋଗ୍ୟ, ରକେଟ୍‌ଟି ମାଲେସିଆର କୁଚିଂ ସିଟି ଆକାଶରେ ଖଣ୍ଡବିଖଣ୍ଡିତ ହୋଇ ତଳକୁ ଖସିଥିଲା। ପୃଥିବୀର ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ପରେ ସେହି ଖଣ୍ଡଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଲଙ୍ଗ୍ ମାର୍ଚ୍ଚ-୫ବି ୱାଇ୩ ରକେଟ୍‌ଟି ଜୁଲାଇ ୨୪ରେ ମହାକାଶକୁ ଛଡ଼ାଯାଇଥିଲା। କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଖଣ୍ଡବିଖଣ୍ଡିତ ହୋଇ ଜଳନ୍ତା ଅଂଶରୂପେ ଶନିବାର ଭାରତ ମହାସାଗରରେ ପତିତ ହୋଇଛି। ଏକାଧିକ ଉଲ୍‌କା ଆକାଶରୁ ଖସୁଥିବା ପରି ଦେଖାଯାଉଥିବା ଏହି ଦୃଶ୍ୟକୁ ଜଣେ ଟ୍ବିଟର ବ୍ୟବହାରକାରୀ ନିଜ କ୍ୟାମେରାରେ ଉତ୍ତୋଳନ କରି ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe