ଚନ୍ଦ୍ରରୁ ଶିଳା ଓ ମୃତ୍ତିକା ନମୁନା ନେଇ ପୃଥିବୀକୁ ଫେରିଲା ଚୀନ୍‌ ମହାକାଶଯାନ

Advertisment
ଚନ୍ଦ୍ରରୁ ଶିଳା ଓ ମୃତ୍ତିକା ନମୁନା ନେଇ ପୃଥିବୀକୁ ଫେରିଲା ଚୀନ୍‌ ମହାକାଶଯାନ

Image Courtesy of AP News

ବେଜିଙ୍ଗ୍‌: ଚନ୍ଦ୍ରକୁ ଯାଇଥିବା ଚୀନ୍‌ର ଏକ ମହାକାଶଯାନ ସେଠାରୁ ଶିଳା ଓ ମୃତ୍ତିକା ନମୁନା ସଂଗ୍ରହ କରି ପୃଥିବୀକୁ ଫେରି ଆସିଛି। ଦୀର୍ଘ ୪୦ ବର୍ଷ ପରେ ପୁଣି ଥରେ ଚନ୍ଦ୍ରରୁ ପୃଥିବୀକୁ ଏହି ସବୁ ସଦ୍ୟ ନମୁନା ଅଣାଯାଇଛି।

ଗୁରୁବାର ରାତି ୨ଟା ବେଳେ ମହାକାଶଯାନ ‘ଚାଙ୍ଗ୍‌ଇ-୫’ ଅଭ୍ୟନ୍ତର ମଙ୍ଗୋଲିଆ ଅଞ୍ଚଳର ସିଜିଓ୍ଵାଙ୍ଗ୍‌ ଜିଲ୍ଲାରେ ଅବତରଣ କରିଛି।

ଅବତରଣ କରିବା ପୂର୍ବରୁ ଏହି ମହାକାଶଯାନଟି ତା’ର ‘ଅବିଟର୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ ହେବା ପରେ ବେଗ କମାଇବାକୁ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରି ପୁଣି ଉପରକୁ ଉଠିଯାଇଥିଲା। ଏହାପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ପାରାସୁଟ୍‌ ବା ଆକାଶଛତା ଯୋଗେ ଧୀରେ ଧୀରେ ତଳକୁ ଓହ୍ଲାଇ ଆସିଥିଲା।

publive-image Image Courtesy of The Times of India

‘ଚାଙ୍ଗ୍‌ ୫’ର ୪ଟି ମୋଡ୍ୟୁଲ୍‌ରୁ’ଦୁଇଟି ଡିସେମ୍ବର ୧ ତାରିଖ ଦିନ ଚନ୍ଦ୍ରରେ ଅବତରଣ କରିଥିଲା। ଚନ୍ଦ୍ରପୃଷ୍ଠକୁ ରାମ୍ପି ଏବଂ ୨ ମିଟର ଗଭୀର ପର୍ଯ୍ୟନ୍ତ ‘ଡ୍ରିଲ୍‌’ (ଖୋଳି) ଏହା ପ୍ରାୟ ୨ କିଲୋଗ୍ରାମ୍‌ ଶିଳାଖଣ୍ଡ ଓ ମୃତ୍ତିକା ନମୁନା ସଂଗ୍ରହ କରିଥିଲା।

ଏହାପରେ ଏହି ନମୁନାଗୁଡ଼ିକୁ ଏକ ପାତ୍ରରେ ଭର୍ତ୍ତି କରି ମୁଦ ଦିଆହୋଇଥିଲା (ସିଲ୍‌ କରାଯାଇଥିଲା)। ଏହା ପରେ ଏକ ଆରୋହଣ ଯାନ ଯୋଗେ ଏଗୁଡ଼ିକ ଚନ୍ଦ୍ରକୁ ପରିକ୍ରମା କରୁଥିବା ‘ଅର୍ବିଟର୍‌ ମୋଡ୍ୟୁଲ୍‌’କୁ ଫେରିଆସିଥିଲା।

ଚୀନ୍‌ ମହାକାଶ ଅଭିଯାନ ନିମନ୍ତେ ଏହି ସଫଳ ଅଭିଯାନ ହେଉଛି ସଦ୍ୟତମ ଅଗ୍ରଗତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe